ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ଡାହାଳିଆବାଗ ଠାରେ ଥିବା ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟା ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ। ସୀମା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ପୂର୍ବତନ କର୍ପୋରେଟର ତଥା ଡାହାଳିଆବାଗ ଉନ୍ନୟନ ପରିଷଦର ସଭାପତି କୌଶିକ୍ ଜେନା ମୁଖ୍ୟ ଅତିଥି , କଟକ ନଗର ବିଜେଡି ସଂପାଦକ ସମାଜସେବୀ ସୁଶାନ୍ତ କୁମାର ମହାନ୍ତି ମୁଖ୍ୟବକ୍ତା , ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା,

ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଆଜିର ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ । ସେମାନଙ୍କର ବିକାଶ ହେଲେ ଦଶର ବିକାଶ ହୋଇପାରିବ । ଉତ୍ତମ ଛାତ୍ରଛାତ୍ରୀ ଗଢ଼ି ତୋଳିବା ପାଇଁ ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରର ପ୍ରତ୍ୟେକ ଗୁରୁମା ଏବଂ ପ୍ରଧାନ ଆଚାର୍ଯ୍ୟ। କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି କହିଥିଲେ ।

ଆୟୋଜିତ ଉତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ବିତରଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ନୃତ୍ୟ ଅଭିନୟ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କ ନୃତ୍ୟ ଅଭିନୟ ଦେଖିବା ପାଇଁ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା ପରିଚାଳନା କରିଥିଲେ ।

Exit mobile version