ନୟାଗଡ଼ ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱ ରେ ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱ ରେ ଜିଲ୍ଲାପାଳ ଅଫିସ ଆଗରେ ଆନ୍ଦୋଳନ କରାଯାଇଥିଲା ! ଏବେ ବିଭିନ୍ନ ଜିଲ୍ଲା ରେ ଧାନ ମଣ୍ଡି ଖୋଲିଲାଣି ନୟାଗଡ଼ ମଧ୍ୟ୍ୟ ଖୋଲି ଲାଣି ଏଠି କିନ୍ତୁ କାଟିନି ଛଟଣି କରାଯାଇଛି ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି ! ଗୋଟିଏ କଇଁଣ୍ଟାଲ ପିଛା 5କେଜି ଧାନ କଟା ଯାଉଛି ମିଲର ମାନେ ଆର ଏମସି ମେସିନି ଆଣି ମନ କୁ ମନ 5କେଜି କାଟୁଛନ୍ତି !

ସମବାୟ ସମିତି ସମ୍ପାଦକ ମାନେ ଏଥିରେ ଚାଷୀ କୁ ସହଯୋଗ ନ କରି ମିଲର ମାନଙ୍କୁ ସହଯୋଗ କରୁଛନ୍ତି ନିୟମ ଅନୁଯାଇ ଜଣେ ତହସିଲଦାର ଓ ବିଡ଼ିଓ ମଣ୍ଡି କୁ ଯାଇ ନୋଡାଲ ଅଫିସର ହିସାବ ରେ ଭିଜିଟି କରିବା କଥା ! ଆଜି ଜିଲ୍ଲାପାଳ ଚାଷୀ ମାନଙ୍କୁ ପ୍ରତିଶୃତି ଦେଇ କହିଛନ୍ତି ଯେ ସବୁ ଧାନ ମଣ୍ଡି ତଦାରଖ କରାଯିବ ଯଦି କେହି ଏଥିରେ ଅବହେଳା କରନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ଗହଣ କରିବେ !

ଚାଷୀ ନେତା ଶେଷଦେବ ନନ୍ଦ ନୟାଗଡ଼ ବିଧାୟକ ଉପରେ କ୍ଷେଭ ପ୍ରକାଶ କରି କହିଛନ୍ତି ଯେ ସେ ସବୁ ମଣ୍ଡି ଯାଇ ଧାନ କେମିତି ଚାଷୀ ମାନେ ସୁରୁଖୁରୁରେ ଦେଇ ଧାନ ପାରିବେ ଆଲୋଚନା କରିବାକଥା କିନ୍ତୁ ଭୋଟ ସମୟ ଚାଷୀଙ୍କୁ ଯେମିତି ଭୋଟ ମାଗୁଛନ୍ତି ସେ ନେତା ହିସବ ତାଙ୍କ ଦୁଃଖ ବୁଝିକଥା ! 

Exit mobile version