ଶନିବାର ଠାରୁ ଓଡ଼ଗାଁ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି।ନୂତନ ଆଇନ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନ ଦେଇ ଚାଲିଗଲେ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୭ ଲକ୍ଷ ଟଙ୍କା ଚାଳକଙ୍କୁ ଜୋରିମାନା ଦେବାକୁ ପଡିବ।ଠିକ ସେହିପରି ରାଜ୍ୟ ସରକାର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହେଲେ

ବୀମାରାଶି ବାବଦରେ ଅର୍ଥ ପ୍ରଦାନ କରିବାକୁ ଘୋଷଣା କରିଥିବାବେଳେ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ।ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଗୁରୁବାର ଠାରୁ ସମଗ୍ର ଦେଶରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ରାଜ୍ୟ ମହାସଂଘର ଡାକରା କ୍ରମେ ଶୁକ୍ରବାର ଓଡ଼ଗାଁ ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଓଡ଼ଗାଁ କଲେଜ ରୋଡ଼ ରାସ୍ତା ପାଶ୍ୱରେ ସଂଘର ସଦସ୍ୟମାନେ ଏକାଠି ହୋଇ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ

ପ୍ରାୟ ଦିନତମାମ ଗାଡି ଚାଳନା କରୁଥିବା ଡ୍ରାଇଭରମାନଙ୍କୁ ସଚେତନ କରିବା ସହ ଶନିବାର ଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବା ପାଇଁ ନିବେଦନ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଡ୍ରାଇଭର ମହାସଂଘ ସଭାପତି କାର୍ତ୍ତିକ ସାହୁ,ସମ୍ପାଦକ ସରୋଜ ସାହୁ,ଉପସଭାପତି ଈଶ୍ୱର ବିଶ୍ୱାଳ,କୋଷାଧ୍ୟକ୍ଷ ଧବଳେଶ୍ୱର ସାହୁ,ପଞ୍ଚିରିଡା ମାନପୁର ଆଡ଼ମିନ ସୁଦାମ ସ୍ୱାଇଁ,ବିଷ୍ଣୁ ନାୟକ,ଲକ୍ଷ୍ମୀଧର ପରିଡା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Exit mobile version