ମୋହନା ଥାନା ଅଂଚଳରେ ୬୨ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସିକୁଳୀପଦର ଓ ଉଲଣ୍ଡା ଗ୍ରାମରେ ବେ-ଆଇନ ଚାଷ ହୋଇଥିବା ୬୨ଏକର ଗଞ୍ଜେଇ ନଷ୍ଟ କରିଛନ୍ତି ମୋହନା ପୋଲିସ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଙ୍କ ନିର୍ଦ୍ଦେଶ ପ୍ରକାରେ ମୋହନା ପୋଲିସ ଏହି ଚଡ଼ାଉ କରି ଚାଷ ନଷ୍ଟ କରିଛନ୍ତି । ଏହି ଚଡାଉ ରେ ବନ ବିଭାଗ ଏବଂ ରାଜସ୍ବ ବିଭାଗ ସାମିଲ ଥିବା ଦେଖିବାକୁ ମିଳିଛି।

ବେ- ଆଇନ ଚାଷରେ ସାମିଲ ଥିବା ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ମୋହନା ଥାନା ଅଧିକାରୀ ଏହି ଘଟଣାର ତଦନ୍ତ କରୁଥିବା ପ୍ରକାଶ। ସାଧାରଣରେ ପ୍ରଶ୍ନ ହେଉଛି ଯେ ପ୍ରତିବର୍ଷ ମୋହନା ଅଞ୍ଚଳରେ ଶହ ଶହ ଏକର ଗଞ୍ଜେଇ ଗଛ କଟାଯାଉଛି ହେଲେ ମଧ୍ୟ ଏହି ଅଞ୍ଚଳରେ ପ୍ରତିଦିନ ଏତେ ଗଞ୍ଜେଇ ଧରାଯାଉଛି । ମୋହନା ଥାନା ଅଞ୍ଚଳରେ ଶହ ଶହ ଗୂଞ୍ଜେଇ ଗଛ କଟାଯାଇଛି ଆଜିସୁଧା ପୁଲିସ ଗଛ ଲଗାଉଥିବା ଲୋକଙ୍କୁ ଗିରଫ କରିବା ସକ୍ଷ୍ୟମ ହୋଇପାରୁନାହିଁ । ଏହା ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ।

Exit mobile version