ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :->  ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପ୍ରଧାନଶିକ୍ଷିକା ନାରାୟଣ ରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଦୈତ୍ୟ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ସୁସ୍ଥ ଶରୀର ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ କ୍ରୀଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ଙ୍କ ସମେତ ଉପ ସଭାପତି ଶର୍ମିଷ୍ଠା ମହାନ୍ତି,ଶିକ୍ଷକ ଗଦାଧର ମିଶ୍ର,ଗଣେଶ୍ୱର ପୃଷ୍ଟି,କମ୍ପ୍ୟୁଟର କୋର୍ଡିନେଟର ଜ୍ୟୋତି ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ ।

ଶାରୀରିକ କ୍ରୀଡା ଶିକ୍ଷକ ନରହରି ନାୟକ ଙ୍କ ତତ୍ତ୍ଵାବଧାନରେ ୧୦୦ ମିଟର ,୨୦୦ ମିଟର ଦୌଡ,ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଡିସକସ ଥ୍ରୋ , ସଟ ପୁଟ ଥ୍ରୋ ଖେଳ ହୋଇଥିଲା । ୩୦୦ ଛାତ୍ରୀ ଏହି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Exit mobile version