ଡ୍ରାଇଭରମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ବ୍ଲକର ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଡ୍ରାଇଭରମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସାବିଜ୍ଞାନୀ ଡକ୍ଟର ଶ୍ରୀଲେଖା ମିଶ୍ର ଓ ଶୁଭ୍ରଜ୍ୟୋତି ଷଡଙ୍ଗୀ ଯୋଗଦେଇ ଟିବି, ଏଚଆଇଭି, ମଧୁମେହ, ହେପାଟାଇଟିସ ଇତ୍ୟାଦି ରୋଗର କାରଣ ଓ ନିରାକରଣ ଉପରେ ସଚେତନ କରାଇଥିଲେ । ଏହି ଶିବିରରେ ୭୦ ଜଣ ଡ୍ରାଇଭରମାନଙ୍କର ଯକ୍ଷ୍ମା ରୋଗ ପାଇଁ କଫ ସଂଗ୍ରହ ଓ ଅନ୍ୟାନ୍ୟ ରୋଗ ପାଇଁ ରକ୍ତ ପରୀକ୍ଷଣ କରାଯାଇଥିଲା।

ଓଡ଼ିଶା ଡ୍ରାଇଭର ମହାସଂଘ ନୟାଗଡ ବ୍ଲକର ସଭାପତି ଶଶିକାନ୍ତ ସାହୁ ଓ ସମ୍ପାଦକ ସୁଶାନ୍ତ କୁମାର ମଙ୍ଗଳ ଉପସ୍ଥିତ ରହି ଡ୍ରାଇଭରମାନଙ୍କର ପାଇଁ ପ୍ରଭାବଶାଳୀ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ହସ୍ତକ୍ଷେପ ପାଇଁ ପ୍ରୋତ୍ସାହନ କରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୀପକ ଦଳବେହେରା, ସୁଜାତା ପଟ୍ଟନାୟକ, ସୁଶାନ୍ତ ସାହୁ, ଅଶୋକ ନାୟକ,ଦେବାଶିଷ ସିଂ, ଅର୍ଚ୍ଚନା ପଣ୍ଡା,ଦେବାଶିଷ ରାଉତ ଓ ଲିତୁମାମା ସାହୁ ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version