ବିଜେଡି କର୍ମୀଙ୍କ ଅଜାଣତରେ ବୈଠକ ଗୃହ ଉଦଘାଟନ କଲେ ସଂସଦ ଚନ୍ଦ୍ର ଶେଖର ସାହୁ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର.ଉଦୟଗିରି :-> ଦୁଇ ତୃତୀୟାଂଶ ଅଞ୍ଚଳ ଗଜପତି ଜିଲ୍ଲାର ମୋହନା ବ୍ଲକରେ ବର୍ତ୍ତମାନକୁ ୩୯ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ ହୋଇଛି ମୋହନା ବ୍ଲକ। ମୋହନା ବିଡ଼ିଓ ଭାବେ ହଳଧର ଶବର ଦାୟିତ୍ଵ ଗ୍ରହଣ କରିବା ପରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ ପ୍ରଥମ କାର୍ଯ୍ୟ ସ୍ୱରୂପ ମୋହନା ବ୍ଲକ କାର୍ଯ୍ୟାଳୟର ରୂପାନ୍ତରିତ କରିଛନ୍ତି। ସାଂସଦ ଚନ୍ଦ୍ର ଶେଖର ସାହୁ ଦ୍ଵାରା ମୋହନା ବ୍ଲକର ବୈଠକ ଗୃହକୁ ଉନ୍ନତ ମାନର କରି ଆଜି ଉଦଘାଟନ କରିଛନ୍ତି। ଏହି ଉଦଘାଟନ ସମାରୋହରେ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଓ ଏହା ସହ ବ୍ଲକ ଉପାଧକ୍ଷ ଅତିଥି ଭାବରେ ଯୋଗଦେଇ ଥିଲେ।

ବିଡିଓ ହଳଧର ଶବର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସଦ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ବିଧାୟକ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ଉଚ୍ଚ ପ୍ରଶଂସା କରିବା ସହ ବିଡିଓ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ବିଡିଓ ହଳଧର ଶବର ଦାୟିତ୍ଵ ଗ୍ରହଣ କରିବା ପରେ ନେଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଅବତାରଣା କରିଥିଲେ।

ଆଗାମୀ ଦିନରେ ଜନ ପ୍ରତିନିଧିଙ୍କ ସହଯୋଗରେ ବ୍ଲକକୁ ଜିଲ୍ଲା ପ୍ରଥମ ବ୍ଲକ ରୂପେ ଗଠନ କରିବେ ବୋଲି ସହଯୋଗ କାମନା କରିଥିଲେ। ଏହା ସଙ୍ଗେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବ୍ଲକର କାର୍ଯ୍ୟଧାରା ଯଦି ଏହିପରି ଦୃତ ଗତିରେ ଚାଲେ ତେବେ ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଗଠନ ହେବ ବୋଲି ପ୍ରକାଶ କରିଥିଲେ। ଆଜିର ଉଦଘାଟନ ସମୟରେ ସାଂସଦ ବୈଠକ ଗୃହ ସହ ଓସୱାନ କେନ୍ଦ୍ର ସହ ଅଧିକାରୀଙ୍କ ପାଇଁ ନିର୍ମାଣଧିନ ସ୍ଵତନ୍ତ୍ର କୋଠରୀ ଉନ୍ମୋଚନ କରିଥିଲେ।

ମୋହନା ବ୍ଳକର ବୈଠକ ଗୃହ ଉଦଘାଟନ କାର୍ଯ୍ୟକ୍ରମକୁ ବିଜେଡିର ଜିଲ୍ଲା ଉପସଭାପତି ଏବଂ କୌଣସି କର୍ମୀ ନଜଣା ବ୍ଳକ ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲା । ଏନେଇ ବିଜେଡି ଦଳରେ ଅସନ୍ତୋଷ ଦେଖାଦେବା ସହ ଜିଲ୍ଲା ଉପସଭାପତି ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଏହି କାର୍ଯ୍ୟକ୍ରମକୁ ସାଂସଦ ଓ ଜୀଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ବ୍ଳକ ପ୍ରଶାସନ ଆମକୁ ଜଣାଈନଥିଲେ ଏହାକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି ବୋଲି ସୂଚନା ମିଳିଛି ।

Exit mobile version