ବାଇକ୍ ଦୁର୍ଘଟଣାରେ ଚାଳକ ମୃତ

୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଳକ ଚନ୍ଦ୍ରଗିରି ଫାଣ୍ଡି ଅଧିନରେ ଥିବା ଚିଟିଂ ଘାଟିରେ ଏକ ଗଛକୁ ବାଇକ୍ ପିଟିହୋଇ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ରାମଗିରି ଥାନାର ଚାଞ୍ଚଡାଖତ ଗାଁର ସୁକାନ୍ତ ରଇତ (31) ପୁଲିସ ସୁତ୍ରରୁ ପ୍ରକାଶ ମିଳିଥିବା ସୁଚନା ପ୍ରକାରେ ଆଜି ବିଳମ୍ବିତ ରାତିରେ ସୁକାନ୍ତ ଏକ ବାଇକ୍ ଯୋଗେ ମୋହନାରୁ ନିଜ ଗାଁକୁ ଯାଉଥିବା ବେଳେ

ଚନ୍ଦ୍ରଗିରି ଚିଟିଂ ଘାଟିରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁକାନ୍ତ ମୃତ୍ୟୁ ଘଟିଥିଲା । ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏ ନେଇ ୧/୨୪ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ କହିଛନ୍ତି ।

Exit mobile version