ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ର ଜୟନ୍ତୀ ପାଳିତ

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :-> ଶକ୍ତି ପୀଠ ଗଡମାଣତୀର ଠାରେ ଥିବା ରାଧାବଲ୍ଲଭ ଭବନରେ ଆଞ୍ଚଳିକ କଳା ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ତରଫରୁ ପ୍ରଜ୍ଞାପୁଋଷ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କର ୯୭ ତମ ଜୟନ୍ତୀ ପାଳନ କରାଯାଇଅଛି । ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ସଂଗଠକ , ସାହିତ୍ୟ ଅନୁରାଗୀ କାଳିନ୍ଦୀ ଚରଣ ମହାପାତ୍ର ।

ମୁଖ୍ୟ ଅତିଥି ସଂସ୍କୃତିବିତ ତଥା ଶିକ୍ଷାବିତ୍ ବଳରାମ ରଣସିଂହ ତାଙ୍କର ବକ୍ତବ୍ୟରେ କହିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ସାହିତ୍ୟ , ସଂସ୍କାରକ ଓ ରାଜନୀତିର ତ୍ରିବେଣୀ ସଙ୍ଗମ । ସେ ଥିଲେ ଯୋଗଜନ୍ମା ପୁରୁଷ ।

ଦିଲ୍ଲୀପ ପାହାଡ଼ସିଂହ, ମହନ୍ତ ମଙ୍ଗରାଜ , ମଦନ ମୋହନ ସାହୁ, ସଦାଶିବ ସେଠି ଓ ଶିଶିର ୟମଙ୍ଗରାଜ ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । କବି ଲକ୍ଷ୍ମୀଧର ମହାପାତ୍ର ସଂଯୋଜନା କରିଥିଲେ। ସୁବାସ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version