
୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଆଜି ବଢ଼ାନ୍ୟ ଉତ୍ସବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୯ମିଟର ଉଚ୍ଚ ବିଶିଷ୍ଟ ସ୍ତମ୍ଭରେ ୧୬ଫୁଟ ଓସାର ସହ ୨୪ଫୁଟ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ଉଦଘାଟନ କରିଛନ୍ତି ।
ଏହି ଉଦଘାଟନ ଉତ୍ସବରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିରେନ୍ଦ୍ର କୁମାର ଜଗତ ନିଜ ସହକର୍ମୀଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
