ଅଯୋଧ୍ୟା ରାମ ମନ୍ଦିର ଅକ୍ଷତ ଚାଉଳ କଳସ ଯାତ୍ରା

୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଗାମୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ହେବାକୁ ଥିବା ବେଳେ ସାରା ଦେଶରେ ଅକ୍ଷତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରେ ଗଜପତି ଜିଲ୍ଲା ମୋହନାରୁ ଆରମ୍ଭ ହୋଇଛି ଯାତ୍ରା । ଏକସୁସଜ୍ଜତ ରଥରେ ମୋହନା ହନୁମାନ ମନ୍ଦିରରୁ ପୂଜାର୍ଜନା ପରେ ବାହାରିଥିଲା ।

ଏକ ବିଶାଳ ବାଇକ୍ ଶୋଭାଯାତ୍ର ସହ ରଥ ମୋହନା ପରିକ୍ରମା ପରେ ମାଣିକପୁର ହନୁମାନ ମନ୍ଦିରରେ ଥିବା ଅକ୍ଷତ କଳସ ଅଣାଯାଇଥିଲା । ଏହାପରେ ଲୁହାଗୁଡି, ଚାନ୍ଦିପୁଟ ଓ ଚନ୍ଦ୍ରଗିରି ରଥ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ସ୍ଥାନୀୟ ଲୋକେ ବିପୁଳ ସ୍ବାଗତ କରିଥିଲେ । ଏହି ଅକ୍ଷତ ଚାଉଳ କଳସ ଯାତ୍ରା ମୋହନା ବ୍ଳକର ସମସ୍ତ ଗ୍ରାମକୁ ପଞ୍ଚାଇ ରାମ ମନ୍ଦିର ଉଦ୍ଘାଟନ ଉପରେ ସଚେତନତା କରିବା ସହ ନିମନ୍ତ୍ରଣ ଜଣାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଯାତ୍ରା ପରିଚାଳନା ସମିତି ପକ୍ଷରୁ କୁହାଯାଉଛି.

Exit mobile version