ଓଡିଶା ତାଜା ନ୍ୟୁଜ୍ (୨୧ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଖୁଡ଼ିଙ୍କୁ ପୋଖରୀ ତୁଠରେ ଏକୁଟିଆ ପାଇ ଅସଦାଚରଣ କରିବା ଓ ଘଟଣା ନେଇ କାହାକୁ କହିଲେ ହତ୍ୟା ଧମକ ଦେବା ଅଭିଯୋଗରେ ହିଞ୍ଜିଳି ପୁଲିସ ସୋମବାର ସଂପୃକ୍ତ ପୁତୁରାଙ୍କୁ ଗିରଫ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଆଲୋଡ଼ନ ସୃଷ୍ଟି କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୫୬/୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜଣେ ମହିଳା ରବିବାର ସନ୍ଧ୍ୟାରେ ଗ୍ରାମ ପୋଖରୀକୁ ସ୍ନାନ କରିବାକୁ ଯାଇଥିବା ସମୟରେ କେରଳ ଫେରନ୍ତା ତଥା ମହିଳାଙ୍କ ପୁତୁରା ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ପିଛା କରିଥିଲେ । ମହିଳା ଜଣକ ପୋଖରୀରେ ସ୍ନାନ କରୁଥିବା ବେଳେ ଏକୁଟିଆ ପାଇ ଯୁବକ ଜଣକ ଅସଦାଚରଣ କରିଥିଲେ ।ଘଟଣା ନେଇ କାହାରି ଆଗରେ ପ୍ରକାଶ କଲେ ହତ୍ୟା କରିବାର ଧମକ ଦେଇଥିଲେ । ମହିଳା ଜଣକ ଚିତ୍କାର କରିବାରୁ ପୁତୁରା ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ଘରକୁ ଫେରି ମହିଳା ଘଟଣା ନେଇ ସ୍ୱାମୀଙ୍କୁ କହିବା ସହ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ପୁଲିସ ସଂପୃକ୍ତ ମହିଳାଙ୍କ ପୁତୁରାକୁ ଗିରଫ କରିଛି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)
ଖୁଡ଼ିଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ପୁତୁରା କୋର୍ଟ ଚାଲାଣ – ହିଞ୍ଜିଳିକାଟୁ,

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 30, 2026
ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା
by
Proprietor Abhimanyu Maharana
September 29, 2026
ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ
by
Proprietor Abhimanyu Maharana
September 29, 2026
"ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ
by
Proprietor Abhimanyu Maharana
September 29, 2026
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ
by
Proprietor Abhimanyu Maharana
September 29, 2026
ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା
by
Proprietor Abhimanyu Maharana
September 29, 2026