ନାଇଜରରେ ହେବ ଏମ୍ବୋ-ଆଇ ଏସ୍ ପି ପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :->  ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ନାଇଯର’ରେ ଅନୁଷ୍ଠିତ ହେବାକୁ ଯାଉଛି ଏମ୍ବୋ – ଆଇ ଏସ୍ ପି ପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ। ଚଳିତ ମାସ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଗଛ ଉପରେ ଆଲୋକ ଓ ଉତ୍ତାପର ପ୍ରଭାବ ଏବଂ ଆଲୋକର ବ୍ୟବହାରରେ ଉଦ୍ଭିଦ ତଥା କୃଷିର ଉନ୍ନତି ଯାହା କୃଷକ ମାନଙ୍କ ପାଇଁ ଉପାଦେୟ ହେବ,ସେହି ସବୁ ବିଷୟରେ ଆଲୋଚନା ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନାଇଜର’ର ନିର୍ଦ୍ଦେଶକ ହିରେନ୍ଦ୍ର ନାଥ ଘୋଷ,କୁଳ ସଚୀବ ଅଭୟ କୁମାର ନାୟକ, ଆବାହକ କିଶୋର ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରଫେସର ଚନ୍ଦନ ଗୋସ୍ୱାମୀ।

୨୦୧୧ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ତା’ର ଏକାଦଶ ତମ ସମ୍ମିଳନୀକୁ ଭାରତରେ କରିବାକୁ ମନସ୍ଥ କରିଥିଲା ଯାହାକୁ ନାଇଜର ଠାରେ ଆୟୋଜନ କରାଯାଉଛି । ଏଥିରେ ନାଇଜର ତଥା ଓଡ଼ିଶାରୁ ଭାଗ ନେବାକୁ ଥିବା ବୈଜ୍ଞାନିକ ଓ ଗବେଷକ ମାନେ ସ୍ଥାନୀୟ ସମସ୍ୟାକୁ ଲୋକ ଲୋଚନକୁ ଆଣି ପାରିବେ। “ଲୋକାଲ ଫର୍ ଭୋକଲ୍” ଯାହା ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଛି ତାହାକୁ ରୂପାୟନ କରିବା ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ।

ଏହି ସମ୍ମିଳନୀରେ ଏସିଆ,ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଇଉରୋପ ମହାଦେଶରୁ ୮୮ ଜଣ ଉଦ୍ଭିଦ ବୈଜ୍ଞାନିକ ଯୋଗ ଦେବାକୁ ଥିବାବେଳେ ଭାରତରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ଉଦ୍ଭିଦ ବୈଜ୍ଞାନିକ ଯୋଗଦେଇ ଆଲୋଚନା କରିବେ । ସମ୍ମିଳନୀର ନିଷ୍କର୍ଷ ଯେମିତି କୃଷିର ଉନ୍ନତୀ କରି ପାରିବ ସେଥିପ୍ରତି ସଚେତନତା ସୃଷ୍ଟି କରିବା । ଏହି ସମ୍ମିଳନୀକୁ ଆୟୋଜନ କରିବା ପାଇଁ ଜର୍ମାନୀ ର ଏମ୍ବୋ,ଭାରତର ପରମାଣୁ ଉର୍ଜା ବିଭାଗ, ନାଇଜର, ଭାରତୀୟ କୃଷି ଗବେଷଣା କାଉନସିଲ,ସି ଏସ ଆଇ ଆର୍ ବି,ଡି ବି ଟି ଓ ଇନଶା ଆଦି ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି।

ଏହି ସମ୍ମିଳନୀର ଆବାହକ ନାଇଜର’ର ଡଃ କିଶୋର ଚନ୍ଦ୍ର ପାଣିଗ୍ରାହୀ, ଆଇସର୍ ଭୋପାଳ’ର ଡଃ ସୌରଭ ଦତ୍ତ, କ୍ରୋଏସିଆ’ସ୍ଥ ଯାଦର୍ ବିଶ୍ଵ ବିଦ୍ୟାଳୟର ଡଃ ଆନ୍ଦ୍ରିଯା ଫିନିକା ପ୍ରମୁଖ ତଥା ଏହି ସମ୍ମିଳନୀରେ ବିଶ୍ୱର ପ୍ରଖ୍ୟାତ ବୈଜ୍ଞାନିକ ଜର୍ମାନୀ’ର ପ୍ରଫେସର ଉଟ୍ଟେ ହୋ’ଏକର, ଅଷ୍ଟ୍ରିଆ’ର ପ୍ରଫେସର ଲିଆମ୍ ଡୋଲାନ୍, ସ୍କଟଲାଣ୍ଡ’ର ପ୍ରଫେସର୍ କାରେନ୍ ହାଲୀଡେ, ସୁଇଜରଲ୍ୟାଣ୍ଡ’ର ପ୍ରଫେସର୍ କ୍ରିଷ୍ଟିଆନ୍ ଫ୍ରାଙ୍କ ହାଉସର୍, ପ୍ରଫେସର୍ ଉଲମ୍ ଏବଂ ଇଂଲଣ୍ଡ’ର ପ୍ରଫେସର୍ ଗାରେଥ ଜେନ୍ କିନ୍ ପ୍ରମୁଖ ଯୋଗଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ।

Exit mobile version