ଅନନ୍ତାପଲ୍ଲୀ କ୍ରିକେଟ ପ୍ରତିଯୋଗିତାରେ ଚମ୍ପିୟାନ ହେଲା ଦେଉଳି

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଅନନ୍ତାପଲ୍ଲୀ ଜୟ ବଜରଙ୍ଗବାଲି କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଗତ ୨୩/୧୨/୨୦୨୩ରେ ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନନ୍ତାପଲ୍ଲୀ ପ୍ରୀମିୟର ଲିଗର ଶୁଭ ଉଦଘାଟନ କରିଥିବା ବେଳେ ତା ୨୫/୧୨/୨୦୨୩ ରିଖ ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ସମୁଦାୟ ଚାରୋଟି ଟିମ୍ ,

ଯଥା ଅନନ୍ତାପଲ୍ଲୀ “ବଜରଙ୍ଗି ବାହିନୀ” , ଦକ୍ଷିଣ ପାରିଖେତା “ରାଜା ଏକାଦଶ”, ଜାମୁସାହି “ଆଜାଦ ୟଙ୍ଗ ଷ୍ଟାର” ଓ ଦେଉଳି ର “ଷ୍ଟାର ଆଣ୍ଡ ଷ୍ଟାର” ମଧ୍ୟରେ ସମୁଦାୟ ୨୪ ଟି ମ୍ୟାଚ୍ ଖେଳା ଯାଇଥିଲା।ଆଜି ଫାଇନାଲରେ ଆଜାଦ୍ ୟଙ୍ଗ ଷ୍ଟାର ରନରସପ ହୋଇ ଥିଲା ବେଳେ ଦେଉଳି ଷ୍ଟାର ଆଣ୍ଡ ଷ୍ଟାର ଏକାଦଶ ଚମ୍ପିୟାନ ହୋଇପାରିଥିଲା।

ବେଷ୍ଟ ବ୍ୟାଟସ ମ୍ୟାନ୍ ଭାବେ ବଜରଙ୍ଗୀ ବାହିନୀର ସୌମ୍ୟରଞ୍ଜନ ରଥ, ବେଷ୍ଟ ବୋଲର ଷ୍ଟାର ଆଣ୍ଡ ଷ୍ଟାର ଏକାଦଶ ଦେଉଳିର ନିହାର ରଞ୍ଜନ ସାହୁ ହୋଇଥିବାବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଷ୍ଟାର ଆଣ୍ଡ ଷ୍ଟାର ଏକାଦଶ ର ଅଭିଷେକ ବେହେରା ଙ୍କୁ ଚୟନ କରାଯାଇ ଆଜିର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଟ୍ରଫି ପ୍ରଦାନ କରିଥିଲେ।

ଉଭୟ ଦଳକୁ ନିମନ୍ତ୍ରିତ ଅତିଥି ମାନେ କପ୍ ପ୍ରଦାନ କରିଥିଲେ। ସଭାପତି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ବାରିକଙ୍କ ଉପସ୍ଥିତିରେ ଦର୍ଶକ ମାନଙ୍କ ଦ୍ଵାରା କଟା ଯାଇଥିବା ଲଟେରୀ ଟିକଟର ଲକି ଡ୍ର କରାଯାଇଥିଲା। ଟିକେଟ ନମ୍ୱର୍ “୦୪୩୭” ଯେଉଁ ଥିରେ “ପାପୁନି” ଯାଜପୁର ଲେଖା ଅଛି ଲକି ଡ୍ର ବିଜେତା ହୋଇଥିବାର ସୂଚନା ମିଳିଛି।

ବିଜେତା ଜଣକ ସାତ ଦିନ ମଧ୍ୟରେ ନିଜର କପି ଦେଖାଇ ପୁରସ୍କାର ଭାବରେ ସାଇକେଲ ଟିକୁ ନେଇ ପାରିବେ ବୋଲି ଖେଳ କମିଟି ଘୋଷଣା କରିଛନ୍ତି। ସମସ୍ତ ଆୟୋଜନ ପାଇଁ ଖେଳ କମିଟି ସଭାପତି ଚିନ୍ମୟ କୁମାର ରଥ ଓ ସଭ୍ୟ ମନୋଜ କୁମାର ରଥ ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ରାଉତରାୟ ଯୋଗଦେଇଥିଲେ।

ସମସ୍ତ ମ୍ୟାଚ୍ କୁ ଚାରି ଜଣ ଅମ୍ପେୟାର ଆଦିତ୍ୟ କୁମାର ମହାପାତ୍ର – ଗ୍ରାମ ବୋରିକ ଓ ତାଳ ତୁମ୍ଭ ଗ୍ରାମର ପ୍ରଶାନ୍ତ ମାଝୀ, ବିପିନ ବେହେରା, ଅଶୋକ କୁମାର୍ ପଟ୍ଟନାୟକ ପ୍ରମୁଖ ପରିଚାଳିତ କରିଥିଲେ ।ସର୍ବଶେଷରେ ପବିତ୍ର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version