ନୂତନ ବର୍ଷରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ ଚାଙ୍ଗୁଡ଼ି ବଣ୍ଟନ

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ଓ ନରେନ୍ଦ୍ରପୁର ପଞ୍ଚାୟତର ସମସ୍ତ ମନ୍ଦିର ତଥା ଦେବାଳୟର ପରିସରରେ ନୂତନ ବର୍ଷରେ ରାଜସୁନାଖଳା ନୃସିଂହପୁର ଟାଙ୍ଗିସାହିର ଶ୍ରୀ ଶ୍ରୀ ବିନାୟକ ଯୁବକ ସଂଘ ତରଫରୁ ବିଭିନ୍ନ ମନ୍ଦିର ତଥା ଦେବାଳୟରେ ପଲିଥିନ ମୁକ୍ତ ଓ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ ଚାଙ୍ଗୁଡ଼ି ବଣ୍ଟନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ବିନାୟକ ଯୁବକ

ସଂଘର ସଭାପତି ବିଶ୍ଵନାଥ ବରାଡ଼ଙ୍କ ନେତୃତ୍ୱରେ ଓ ଯୁବ ଆଇନଜୀବୀ ତଥା ସଂଘର ଉପସଭାପତି ରାଜିବ ଲୋଚନ ପ୍ରଧାନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଯାଇଅଛି l ଯାହାକି ନରେନ୍ଦ୍ରପୁର ଗ୍ରାମର ଶ୍ରୀ ଭୋଳେଶ୍ଵର ଦେବ, ରାଜସୁନାଖଳା ଗ୍ରାମର ଶ୍ରୀ ଅମୃ୍ତେଶ୍ୱର ଦେବ, ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ଶ୍ରୀ ବୃନ୍ଦବାନ ଦେବ,ଶ୍ରୀ ରଘୁନାଥ ଦେବ, ଶ୍ରୀ ଚୈତନ୍ୟ ଦେବ, ମା’ କାଉଁରୀ ଦେଵୀ, ମା’ ବେଢାକଳୀକା ଦେବୀ,

ମା’ ଦକ୍ଷିଣକାଳୀ ଦେବୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହେବାସହ ନରେନ୍ଦ୍ରପୁର ଗ୍ରାମର ନୀଳଚକ୍ର ଯୁବକ ସଂଘ ଓ ରାଜସୁନାଖଳାର ବେଢା କାଳୀକା ଯୁବକ ସଂଘର କାର୍ଯ୍ୟକର୍ତ୍ତା ସମ୍ପୂର୍ଣ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନନ୍ତ ଚରଣ ଦାସ, ଅତୁଲ ପ୍ରଧାନ, ରଶ୍ମି ରଞ୍ଜନ ପରିଡା,ସୁଶାନ୍ତ କୁମାର ନାୟକ, ଭବାନୀ ଶଙ୍କର ରଣା, ସଂଜୟ ରଣା, ପ୍ରଭାକର ରଣା, ଅରୁଣ କୁମାର ସାଥୁଆ, ଗୁଡ଼ୁ ପ୍ରଧାନ ପ୍ରମୁଖ ସଚେତନା କରବା ସହ ଉପସ୍ଥିତ ରହିଥିଲେ l

 

Exit mobile version