ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ୯୭ ତମ ଜନ୍ମଜୟନ୍ତୀ ପାଳିତ

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ରାମେଶ୍ଵର ଠାରେ ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ଅବସରରେ ନିରାକାରପୁର କଲେଜ ଛକ ଠାରୁ ସଖାସଂଘ ସଭାପତି ବିପିନ ଜୟସିଂହ ଓ ଜାନକୀ ବଲ୍ଲଭ ସ୍ମୁର୍ତ୍ତି କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏକ ଗଣଦୌଡ ରାମେଶ୍ଵର ପର୍ୟ୍ୟନ୍ତ କରାଯାଇଥିଲା ।

ରାମେଶ୍ଵର ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର,ସମ୍ମାନୀତ ଅତିଥିଭାବେ ଟାଙ୍ଗି ଅଂଚଳର ବରିଷ୍ଠ ନେତା ବିଜୟ ମହାପାତ୍ର,ମା ତାରିଣୀ ପ୍ରଶିକ୍ଷଣ ଅନୁଷ୍ଠାନ ମୁଖ୍ୟ ଭାସ୍କର ରାଉତ, ରାମେଶ୍ଵର ର ସମାଜସେବୀ ରଣଜିତ ଜଗଦ୍ଦେବ, ପ୍ରଶିକ୍ଷକ ବିଶ୍ବନାଥ ରାଉତ, ସୁରେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି କିପରି ସୁସ୍ଥ ରହିପାରିବା ସଂଗେସଂଗେ ତାଙ୍କ ଜୀବନଶୈଳୀ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ବକ୍ତବ୍ୟ ଦେଇଥିଲେ।

 

ଗଣଦୌଡ ରେ ଭାଗ ନେଇଥିବା ଛଅ ଜଣ ସଫଳ ଛାତ୍ରଛାତ୍ରୀ ଙ୍କୁ ଆଜି ସଂଧ୍ୟା ରେ ଭୁବନେଶ୍ୱର ରେ ଆୟୋଜିତ ହେବକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ପୁରସ୍କୃତ କରାଯିବାର ସୂଚନା ଦିଆଯାଇଥିଲା। ଦିପ୍ତୀ ରଂଜନ ପାଇକରାୟ ମଂଚ ପରିଚାଳନା କରିଥିବା ବେଳେ ଅବିନାଶ ପଟ୍ଟନାୟକ ଓ ଅନ୍ୟମାନେ କାର୍ୟ୍ୟକ୍ରମ କୁ ସହଯୋଗ କରିଥିଲେ।

Exit mobile version