ଉଦଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନ କୁ କଡାକଡି ଯାଞ୍ଚ କଲେ ପୂର୍ବତଟ ରେଳପଥ ର ମୁଖ୍ୟ ପ୍ରବନ୍ଧକ 

 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆସନ୍ତା ୦୬ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଦ୍ଵାରା ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଉଦ୍ଘାଟନ ହେବାକୁ ଥିବା ବେଳେ ଉଦ୍ଘାଟନ ପୂର୍ବରୁ ଦଶପଲ୍ଲା ଷ୍ଟେସନ କୁ କଡାକଡି ଯାଞ୍ଚ କରିଛନ୍ତି ପୂର୍ବତଟ ରେଳପଥ ର ମୁଖ୍ୟ ପ୍ରବନ୍ଧକ ମନୋଜ ଶର୍ମା ଏବଂ ତାଙ୍କ ସହ ଖୋର୍ଦ୍ଧା ଡ଼ଇ ଆର୍ ଏମ୍ ଏଚ୍ ଏସ୍ ବାଜଓ୍ବା ଏବଂ ପି ସି ଇ – ରାଜନିଶ୍ ମାଥୂର୍,

ଭୁବନେଶ୍ୱର ରୁ ଏକ ସ୍ବତନ୍ତ୍ର ନୀରୀକ୍ଷଣ ରେଳ ସାହାଯ୍ୟ ରେ ଦଶପଲ୍ଲା ଷ୍ଟେସନ କୁ ଆସି ରେଳ ଲାଇନ୍ ,ଲୁପ୍ ଲାଇନ୍, ସିଗିନାଲ୍, ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ କଡାକଡି ଯାଞ୍ଚ କରିବା ସହ ଆସନ୍ତା ୬ତାରିଖ ପରଠାରୁ ୪ଟି ଟ୍ରେନ ଚଳାଚଳ ଆରମ୍ଭ କରାଯିବ ଏବଂ ବଲାଙ୍ଗିର ପଟୁ ସୋନପୁର ବିଛୁ ପାଲି ପର୍ଯ୍ୟନ୍ତ ଟ୍ରେନ ଆସିଥିବା ବେଳେ

ବିଛୁପାଲି ଠାରୁ ବୌଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ୭୫କିଲୋମିଟର କୁ ମାର୍ଚ୍ଚ ମାସ ସୁଦ୍ଧା ଟ୍ରେନ ଚଳାଚଳ କରିଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତଟ ରେଳପଥ ର ମୁଖ୍ୟ ପ୍ରବନ୍ଧକ ମୋନୋଜ୍ ଶର୍ମା, ସେପଟେ ଦଶପଲ୍ଲା ଷ୍ଟେସନ ର ସବୁ କିଛି ଠିକ୍ ରହିଛି ଏବଂ ୦୬ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଷ୍ଟେସନ ର ଉଦ୍ଘାଟନ କରାଯିବ ବୋଲି କହିଛନ୍ତି ଦଶପଲ୍ଲା ଷ୍ଟେସନ ମାଷ୍ଟର ।

Exit mobile version