କଟକରେ ସଡକ ସୁରକ୍ଷା ରଥର ଶୁଭାରମ୍ଭ

୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଚଳିତ ବର୍ଷ ଜାନୁଆରୀ ୧ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ, କଟକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଅମୁଲ୍ୟ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ବେଳେ , କଟକ ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ନୀତି ନିୟମ ଅନୁପାଳନ ପୂର୍ବକ ଆଇନ କାର୍ଯ୍ୟକାରୀ କରାଯାଉଛି । ବିଶେଷକରି ଆଇନ ଉଲଂଘନକାରୀ ମାନଙ୍କ କ୍ଷେତ୍ରରେ କଡ଼ାକଡ଼ି ଭାବେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉଛି ବୋଲି ସମ୍ବୋଧନ କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନରହରି ସେଠୀ ସହର ପରିଭ୍ରମଣ ନିମନ୍ତେ ଏକ ସଡ଼କ ସୁରକ୍ଷା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ଵାରା ଏହି ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ,ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ସୁବାସ ଚନ୍ଦ୍ର ରାୟ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଶ୍ରୀ ସଞ୍ଜୟ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସଡ଼କ ସୁରକ୍ଷା ରଥରେ ଏଲ୍ ଇ ଡି ବ୍ୟବସ୍ଥା ସହ ପଥ ନାଟକ ପ୍ରଦର୍ଶନ ଜରିଆରେ ଜନ ସଚେତନ କରାଯିବା ନେଇ ଇଞ୍ଜିନିୟର ଶ୍ରୀ ବେହେରା ସୁଚନା ଦେଇଥିଲେ । କଳାକାର ମାନଙ୍କଦ୍ୱାରା ସଡକ ସୁରକ୍ଷା ଜନିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍ ଭି ଆଇ ବିଶ୍ୱଜିତ୍ ଦାଶଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version