ମଣ୍ଡିକୁ ଧାନ ଦେବା ପାଇଁ ଚାଷୀ ପାଖକୁ ମେସେଜ୍ ଆସୁନାହିଁ : ଆନ୍ଦୋଳନ ପାଇଁ ସଜବାଜ

ଜାନୁଆରୀ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ସମ୍ପ୍ରତି ଖରିଫ୍ ଧାନ ଅମଳ ପରେ ଚାଷୀ ସରକାର ଙ୍କୁ ନିର୍ଦ୍ଧାରିତ ଦରରେ ମଣ୍ଡିକୁ ଧାନ ବିକ୍ରୀ କରିବାପାଇଁ ଆଶାୟୀ ହୋଇ ଚାହିଁ ରହିଥିବା ବେଳେ ଆବଶ୍ୟକୀୟ ଟୋକନ୍ ସମ୍ପର୍କିତ ମେସେଜ୍ ପଞ୍ଜୀକୃତ ଵହୁଭାଗ ଚାଷୀ ମାନଙ୍କ ପାଖରେ ପହଞ୍ଚି ପାରି ନ ଥିବାରୁ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଵା ଜଣା ଯାଇଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ମଣ୍ଡି ମାଧ୍ୟମରେ ଖରିଫ ଧାନ ବିକ୍ରୀ କରିବାପାଇଁ ନାଚୁଣୀ ସମବାୟ ସମିତିରେ ସ୍ଥାନୀୟ ୩୬୪ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକୃତ କରିଥିଲେ।ମାତ୍ର,

ଏଯାବତ ଦୁଇ ତ୍ରୃତୀୟ ଅଂଶ ଚାଷୀ ମାନଙ୍କ ପାଖକୁ ମେସେଜ୍ ଆସି ନ ଥିବାରୁ ସେମାନେ ସେମାନଙ୍କ ଧାନର ବିକ୍ରୀ ପାଇଁ ସନ୍ଦେହ ଘେରରେ ଅଛନ୍ତି।ଏ ସମ୍ପର୍କରେ ସମିତିରେ ଅଭିଯୋଗ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ ହେଲ୍ପ ଲାଇନ ନଂ ୧୯୬୭୬ ସହ ଯୋଗାଯୋଗ କରି ବାକୁ କୁହାଯାଉଛି । ମାତ୍ର ଏହି ନମ୍ବର ରେ ଯୋଗାଯୋଗ କଲେ ଚାଷୀ ମାନଙ୍କୁ ସିଧା ସଳଖ ରେଜିଷ୍ଟ୍ରାର,ସମବାୟ ସମିତି ସହ ଯୋଗାଯୋଗ କରି ବାକୁ ଚାଷୀ ମାନଙ୍କୁ କୁହାଯାଉଛି।

ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ରେ ଚାଷୀ ମାନେ ସେମାନଙ୍କ ର ଗଚ୍ଛିତ ଧାନ ବିକ୍ରୀ ର ନିର୍ଦ୍ଧାରିତ ତାରିଖ ଓ ସମୟ ନ ପାଇଵା ଫଳରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଵା ଜଣା ଯାଇଛି। ତେବେ ଚାଷୀ ପାଖକୁ ମେସେଜ୍ ଆସିଲା ବେଳକୁ ମଣ୍ଡି ସ୍ଵଳ୍ପ ସଂଖ୍ୟକ ହିତାଧିକାରୀ ଙ୍କ ଧାନ କିଣି ସାରି ଵନ୍ଦ ହୋଇ ଯାଇଥିଵା ଆଶଙ୍କା ପ୍ରକାଶ ପାଉଛି। ତୂରନ୍ତ ଜିଲ୍ଲାପାଳ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଚାଷୀ ମହଲରେ ଦାବୀ ହେଉଛି।

Exit mobile version