ଯନ୍ତ୍ରୀ, ବିଡ଼ିଓ ଓ ଅଧ୍ୟକ୍ଷାଙ୍କ ମଧୁ ଚନ୍ଦ୍ରିକା : ସରକାରୀ ଯୋଜନା ବାଟବଣା

ଦିନ ଦିହିପହରେ ସମସ୍ତଙ୍କ ଆଖି ଆଗରେ ହରିଲୁଟ ଉଦ୍ୟମ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ ବ୍ଳକ୍ :-> ପ୍ରକାଶ ଥାଉକୀ ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଳକ୍ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସଂପୂର ଗ୍ରାମ, ଯାହାକି ପ୍ରାୟ ପାଞ୍ଚ ହଜାରରୁ ଅଧିକ ଜନ ବାସ କରନ୍ତି। ଉକ୍ତ ଗ୍ରାମରେ ପ୍ରତି ବର୍ଷ କ୍ରିକେଟ, କବାଡି, ଭଲି ବଲ, ଫୁଟ ବଲ ଭଳି କ୍ରିଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ। ଗ୍ରାମ ବାସୀଙ୍କ ଅନୁରୋଧ କ୍ରମେ ସଂପୁର ଖେଳ ପଡିଆର ଉନ୍ନତୀ ନିମନ୍ତେ ସରକାରଙ୍କ ତରଫରୁ ପାଞ୍ଚ ଲକ୍ଷ୍ୟ ଟଙ୍କାର ଏନ୍ଆରଜିଏସ ଅନୁଦାନ ଅର୍ଥକୁ ଗ୍ରାମ ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ମଣ୍ଡନ ଗିରି ପର୍ବତ ବା ଯାହାକୁ ମୁଣ୍ଡିଆ ପଡା ପାହାଡ଼ କୁହାଯାଏ, ଶ୍ରୀରାମ ମନ୍ଦିର ଟିଏ ପାହାଡ଼ ଉପରେ ଅବସ୍ଥିତ।

ମନ୍ଦିର ଶହେ ମିଟର ପାଖାପାଖି ତଳକୁ, ଯାହାକି ଜଙ୍ଗଲ ଜମି ଭଳି ଜଣାପଡୁଛି। କାହା ସ୍ୱାର୍ଥରେ ଉକ୍ତ ସଂପୁର ଖେଳ ପଡିଆ ଉନ୍ନତୀ କରଣ ରାଶିକୁ ସେଠାରେ ବିନିଯୋଗ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର କ୍ରୀଡାର ବିକାଶ ଦିଗରେ ବିଭିନ୍ନ ଯୋଜନା ଗୁଡିକ କରୁଥିଲା ବେଳେ ସଂପୁରର କ୍ରୀଡାବିତ୍ , କ୍ରୀଡ଼ାପ୍ରେମୀ, ଆୟୋଯୋଗ ଓ ଗ୍ରାମବାସୀ ମାନଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଗ୍ରାମର କିଛି ବ୍ୟକ୍ତି ନାମ ଗୋପନ ରଖି ଜଣାଇଛନ୍ତି ଯେଉଁମାନେ ଏହି ଅନୁଦାନ ଅର୍ଥକୁ ବାଟମାରଣା କରି ଗ୍ରାମ ନିକଟରେ ଥିବା ଖେଳ ପଡିଆର ଉନ୍ନତୀ ନ କରି ପାହାଡ଼ ଉପରେ ଅନୁଦାନକୁ ଦୁରୁପଯୋଗ କରିଛନ୍ତୀ, ସେ ବ୍ୟକ୍ତି ବିଶେଷଙ୍କ ବିରୋଧରେ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମିତ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକଙ୍କ ଦୃଷ୍ଠି ଗୋଚର ନିମନ୍ତେ ଜଣାଇଛନ୍ତି।

ଉକ୍ତ ଶ୍ରୀରାମ ମନ୍ଦିରକୁ ଆସୁଥିବା ଭକ୍ତମାନେ କାର୍ଯ୍ୟାଦେଶର ଫଳକ ବୋଡ ଦେଖି ଆଶ୍ଚଯ୍ୟ ପ୍ରକଟ କରିଛନ୍ତି। ପାହାଡ଼ ଉପରେ ଖେଳ ପଡିଆ ରେ ଖେଳିବ କିଏ ..? ନେତା ନା ଯନ୍ତ୍ରୀ ନା ସରକାରୀ ଅଫିସର..? ସାଧାରଣ ଜନତାଙ୍କ ପ୍ରଶ୍ନ ଉକ୍ତ ଖେଳ ପଡିଆରେ କଣ ସ୍ଵର୍ଗରୁ ଦେବତା ମାନେ ଆସି ଖେଳିବେ ନା ମର୍ତ୍ୟ ମଣ୍ଡଳର ମଣିଷ ଖେଳିବେ । ଏ ଦିଗରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Exit mobile version