କୁଢ଼ କୁଢ଼ ପୋଡ଼ା ଟ୍ରାନ୍ସଫରମର ସାଜିଛି ବିଷାକ୍ତ ସର୍ପ ମାନଙ୍କ ଆଶ୍ରୟ ସ୍ଥଳୀ ବିଦ୍ୟୁତ୍ କର୍ମୀ ମାନେ ଭୟଭୀତ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା, ରାଜ ସୁନାଖଳା ବିଦ୍ୟୁତ ଷ୍ଟେସନଟି ଅନେକ ବର୍ଷରୁ ଆଖ ପାଖ ପ୍ରାୟ ଶହେରୁ ଅଧିକ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଆସୁଅଛି। କିନୁ ସବ୍ ଷ୍ଟେସନ ପ୍ରବେଶ ପଥରେ ପ୍ରାୟ ଶହେ କିମ୍ୱା ଅଧିକ ହୋଇପାରେ, ପୋଡ଼ା ଟ୍ରାନସ୍ଫମର ଗୁଡ଼ିକ ବହୁତ୍ ଦିନ ଧରି ପଡି ରହିଥିବାରୁ ବିଷାକ୍ତ ସର୍ପ ଗୁଡିକର ଚଳ ପ୍ରଚଳ ଯୋଗୁ ବିଦ୍ୟୁତ୍ କର୍ମି ମାନଙ୍କ ମନରେ ଭୟ ସୃଷ୍ଠି କରୁଥିବାବେଳେ, ବିଭିନ୍ନ ସମୟରେ ଉପଭୋକ୍ତା ମାନେ କାଗଜ ପତ୍ର କାମରେ ଉକ୍ତ ସ୍ଥାନକୁ ଯାଇ ଥାଆନ୍ତି। ଏତେ ଗୁଡିଏ ପୋଡ଼ା ଟ୍ରାନସଫର୍ମର କୁ ଦେଖି ସଧାରଣ ଜନତା ଙ୍କ ମନରେ ଭୟ ସଂଚାର ହେଉଛି।

ବେଗୁନିଆ ଏସ ଡି ଓ ଗୌରାଙ୍ଗ ମଣ୍ଡଳ ମହୋଦୟଙ୍କୁ ପଚାରିବାରୁ କୁହନ୍ତି ଯେ ସେ ଲିଖିତ ଅଭିଯୋଗ ମେଲ ମାଧ୍ଯମରେ ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ଅଛନ୍ତି। କିନ୍ତୁ ତାଙ୍କ ହାତରେ କିଛି ନାହିଁ। ଯେହେତୁ ଟାଟା ପାୱାର ଦାୟିତ୍ୱରେ ଅଛନ୍ତି କେବେ ପୋଡ଼ା ଟ୍ରାନସଫର୍ମର ଗୁଡିକୁ ଉପଯୁକ୍ତ ଡିପୋକୁ ନେ଼ଇ ବିଦୁତ୍ କର୍ମୀ ଓ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ଦେଖିବାକୁ ବାକି ରହିଲା। ଅଫିସ ରେ ଇନଭରଟର ନାଥିବାରୁ ଉପଭୋକ୍ତା ମାନେ କଗଜ ପତ୍ର କାମ ପାଇଁ ବିଦ୍ୟୁତ୍ କାଟ୍ ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଦୀପ ତଳ ଅନ୍ଧାର ଭଳି ସାଧାରଣରେ ଅସନ୍ତୋଷ ସୃଷ୍ଠି କରୁଛି।

Exit mobile version