ତପ୍ତପାଣି ଘଟିରେ ଭାରସାମ୍ୟ ହରାଇ ଓଲୋଟି ପଡିଲା ପିକନିକ୍ ବସ, ୪୦ରୁ ଉଦ୍ଧ୍ବ ଯାତ୍ରୀ ଆହତ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନୁଆଁବର୍ଷ  ବସରେ ପିକନିକ୍ କରିବାକୁ ଆସିଥିବା ଯାତ୍ରୀ ପିକନିକ୍ କରି ଘରକୁ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବସ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୪୦ ଜଣରୁ ଉଦ୍ଧ୍ବ ଯାତ୍ରୀ ଆହତ ହୋଇଛିନ୍ତି । ଆହତ ଭିତରେ ମହିଳା ଓ ଛୋଟ ଛୁଆ ରହିଛନ୍ତି ।

ଆହୁରି ଅନେକ ଯାତ୍ରୀ ବସରେ ଫସି ରହିବାର ଅନୁମାନ କରାଯାଇଛି । ଏହିପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ତପ୍ତପାଣି ଘାଟିରେ ଘଟିଛି । ଯାଜପୁର ଜିଲ୍ଲା ଦଶମନ୍ତପୁରୁ ଅଞ୍ଚଳର ୬୦ରୁ ଉଦ୍ଧ୍ବ ପର୍ଯ୍ୟଟକ ପିକନିକ୍ କରିବାକୁ ବସରେ ଯାଇଥିଲେ । ସେଠାରେ ପିକନିକ୍ ସାରି ପାଖରେ ଥିବା ଖସଡା ଜଳ ପ୍ରପାତ ବୁଲିବା ପରେ ସେମାନେ ଘରକୁ ଫେରୁଥିଲେ ।

ହେଲେ ତପ୍ତପାଣି ଘାଟିରେ ବସଟି ଦୁର୍ଘଟଣା ସମ୍ମୁଖିନ ହୋଇଥିଲା । ବସଟି ବ୍ୟକ୍ଫେଲ ହେବାରୁ ଘାଟିର ବମପାସରକୁ ଓଲଟି ପଡିଥିଲା । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଏବଂ ସାନଖେମଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଦାର କାର୍ଯ୍ୟ କରିଥିଲେ ।

ବତ୍ତମାନ ସୁଦ୍ଧା ୪୦ ଜଣରୁ ଉଦ୍ଧ୍ବ ଆହତ ପର୍ଯ୍ୟଟକ ଉଦ୍ଧାର କରି ସ୍ଥାନୀୟ ଓ ବ୍ରହ୍ମପୁର ବଡ ମେଡିକାଲ୍ ଆହତମାନଙ୍କୁ ପଠାଯାଇଛି । ଆହୁରି ଅନେକ ଲୋକ ବସଭିତ୍ତରେ ଥିବା ଫସି ରହିଥିବା ଅନୁମାନ କରାଯାଇଛି ।

Exit mobile version