
୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ପୌରାଞ୍ଚଳ ଲୋକନାଥ ମାର୍ଗ ସ୍ଥିତ ପାର୍ବତୀ ସାହିତ୍ୟ ସଦନ ପକ୍ଷରୁ ରବିବାର ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାତା ସମ୍ପାଦକ ହରିହର ଚୌଧୁରୀଙ୍କ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବରିଷ୍ଠ ଲେଖକ ନିର୍ମଳ ଚନ୍ଦ୍ର ମିଶ୍ର, ସଭାପତି କବି ଲକ୍ଷ୍ମୀନାରାୟଣ ପଟ୍ଟନାୟକ,
ମୂଖ୍ୟ ଅତିଥି ଡ଼ଃ କାଳୀ ଚରଣ ଚୌଧୁରୀ ମୁଖ୍ୟବକ୍ତା ଜଗନ୍ନାଥ ଗୌଡ଼, ସମ୍ମାନିତ ରୁପେ ଅରବିନ୍ଦ ପଣ୍ଡା ଓ ସମ୍ମାନିତ ବକ୍ତା ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନଥିଲେ। ଉଦଘାଟକ ଶ୍ରୀ ମିଶ୍ର ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ଓ ସ୍ବର୍ଗତ ପାର୍ବତୀ ଦେବୀ ଓ ଲୋକନାଥ ଚୌଧୁରୀଙ୍କ ତୈଳ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ।
ନିର୍ମଳ ମିଶ୍ରଙ୍କ ରମ୍ୟ କବିତା ( ସଙ୍କଳନ) ଓ ଡଃ ଗଦାଧର ବେହେରାଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ ଗୀତା ଉନ୍ମୋଚିତ ହୋଇଥିଲା। ପରେ ପ୍ରତିଷ୍ଠାତା ସମ୍ପାଦକ ଓ ମଞ୍ଚାସୀନ ଅତିଥି ବୃନ୍ଦ ସାହିତ୍ୟ ସାଧନା କ୍ଷେତ୍ରରେ ଡ଼ଃ ଗଦାଧର ବେହେରା,ପ୍ରାଧ୍ୟାପକ ଦାଶରଥି ଭୂୟାଁ,ପ୍ରମୋଦ କୁମାର ପଣ୍ଡିତ,
ଯଜ୍ଞଦତ୍ତ ସାମନ୍ତରାୟ,ମହେଶ୍ୱର ଗୌଡ଼ ଲୋକନୃତ୍ୟରେ ରଙ୍କ ଗୌଡ଼ ଓ ନିରପେକ୍ଷ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ୱ ପାଇଁ ପ୍ରତିଦିନ ପ୍ରତିନିଧି ଲଳିତ ମୋହନ ପୋଲେଇ ଆଦି ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ପାର୍ବତୀ ଲୋକନାଥ ଆଶୀର୍ବାଦ ସମ୍ମାନ ମାନପତ୍ର ସମର୍ପିତ ହୋଇଥିଲା ।
ପରେ ସମାଜ ଓ ସାହିତ୍ୟ ଉପରେ ଚର୍ଚ୍ଚା ଓ କବିତା ପାଠୋତ୍ସବ ହୋଇ ସମୀକ୍ଷା କରା ଯାଇଥିଲା। ଏଥିରେ ଦେବାନନ୍ଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ଼ଃ ରମେଶ ଚନ୍ଦ୍ର ଚୌଧୁରୀ,ଚିନ୍ମୟ ମିଶ୍ର, ଚିନ୍ମୟ ପୋଲେଇ, ବିଶ୍ଵନାଥ ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ଭାସ୍କର ରାଉତ, ଡ଼ଃ ସୌଭାଗ୍ୟ ମଞ୍ଜରୀ ନାଥ,
