ନାଟ୍ୟ କାର ଙ୍କୁ ନାଟ୍ୟ ଶିରୋମଣି ସମ୍ମାନ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ବିଶିଷ୍ଟ ସମକାଳୀନ ଓଡ଼ିଆ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କୁ ତାଙ୍କର ନିରବଚ୍ଛିନ୍ନ ନାଟ୍ୟ ସାଧନା ପାଇଁ ଆଜି ଖଲିକୋଟ ଲଙ୍ଗଳେଶ୍ବର ସ୍ଥିତ ଆଞ୍ଚଳିକ କଳା ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଅନୁଷ୍ଠାନ ର ୨୯ ତମ ପୂଜ୍ୟପୂଜା ଉତ୍ସବ ରେ ନାଟ୍ୟ ଶିରୋମଣି ସମ୍ମାନ ରେ ସମ୍ମାନିତ କରାଯାଇଅଛି ।

ତିନି ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ରେ ଆଜି ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ମୁଖ୍ୟ ସଚିଵ ଦଣ୍ଡପାଣି ମହାପାତ୍ର , ଅଧ୍ୟାପକ ଆଭାକାନ୍ତ ମହାନ୍ତି, ଅଧ୍ୟାପକ ବିଷ୍ଣୁପ୍ରସାଦ ଦାଶ, ଜୟପୁର ଆକାଶବାଣୀ ର ସ୍ଵୀକ୍ରୃତି ପ୍ରାପ୍ତ ଗୀତିକାର ପ୍ରମୋଦ ରାଉଳ,

ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରହଲ୍ଲାଦ ବେହେରା ଙ୍କ ହାତରୁ ଶ୍ରୀ ପ୍ରଧାନ ଏହି ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ଶ୍ରୀ ପ୍ରଧାନ ଶତାଧିକ ନାଟ୍ୟ ନିର୍ଦ୍ଦେଶନା ଏବଂ ସ୍ବରଚିତ ୪୦ରୁ ଉର୍ଦ୍ଧ୍ବ ନାଟକର ପ୍ରଯୋଜନା ଦାୟିତ୍ୱ ନେଇ ବିଭିନ୍ନ ରାଜ୍ୟ, ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଓଡ଼ିଆ ନାଟକ ଚାରି ଦଶକ ଧରି ପରିବେଷଣ କରିବା ସହ ଓଡ଼ିଆ ନାଟ୍ୟ ଜଗତକୁ ସମୃଦ୍ଧ କରି ଆସୁଛନ୍ତି। ଏଥିପାଇଁ ପୂର୍ବରୁ ସେ ନାଟ୍ୟଶ୍ରୀ,ନାଟ୍ୟ ଗୌରବ ,ନାଟ୍ୟରତ୍ନ ଆଦି ବହୁ ସମ୍ମାନରେ ସମ୍ମାନିତ.

  

Exit mobile version