ରାଇରଙ୍ଗପୁରରେ ଲିଟିଲ ପ୍ଳାୱ।ର ସ୍କୁଲର ଦଇ ଦିବସୀୟ ୨୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରରାଇଙ୍ଗପୁର :-> ରାଇଙ୍ଗପୁର ସହରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ “ଲିଟଲ ଫ୍ଲାୱାର ସ୍କୁଲ”ର ଦୁଇ ଦିବସୀୟ ୨୩ତମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ଏଥିରେ ଉଦଘାଟନ ଦିଵସରେ ରାଇରଙ୍ଗପୁର ବି ଇ ଓ ଶ୍ରୀ ଭଗ୍ୟରଥି ମହାନ୍ତି, କୁସୁମୀ ବି ଇ ଓ ଶ୍ରୀ କପିଳେନ୍ଦ୍ର ଦାସ, ଲି ଟି ଲ ଫ୍ଲାୱାର ବିଦ୍ୟାଳୟର କାର୍ଯ୍ୟ କାରିଣୀ କମିଟି ର ଅଧ୍ୟକ୍ଷ ଆବିଦ୍ ଅଲି ହୁସେନ, ସଂପାଦକ କାଳୀ ପ୍ରସନ୍ନ ମହାନ୍ତି, ଅଧ୍ୟକ୍ଷ ଦେବବ୍ରତ ଦାସ, ସଦସ୍ୟ ଦେବାଶିଷ ମହାନ୍ତି, ଦେବୀ ପ୍ରସାଦ ବେଶ୍ରା ଯୋଗ ଦେଇଥିବା ବେଳେ ଉଦଯାପନୀ ଦିବସରେ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟr ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ରିଶ୍ମିପ୍ରଭା ମହାନ୍ତ ,

ବିଏସଏନଏଲର ବରିଷ୍ଠ ସେବା ନିବୃତ ଅଧିକାରୀ ଇଂ ରାଧାଶ୍ୟମ ପାତ୍ର, ସଂପାଦକ କାଳୀ ପ୍ରସନ୍ନ ମହାନ୍ତି, ଅଧ୍ୟକ୍ଷ ଦେବବ୍ରତ ଦାସ ଉପସ୍ଥିତ ଥିଲେ । ଅତିଥି ଗଣ ଶିକ୍ଷା ଅନୁଷ୍ଠାନର ଶୃଙ୍ଖଳା,ପରିବେଶ, ଶିକ୍ଷକ – ଅଭିଭାବକ ଏବଂ ବିଦ୍ୟା ର୍ଥୀଙ୍କ ମଧ୍ୟରେ ସୁସଂପର୍କ ରହିଲେ ଛାତ୍ରଛାତ୍ରୀ ଆଗକୁ ବଢି ପାରିବେ ।ପଛୁଆ ସିମାନ୍ତ ରାଇରଙ୍ଗପୁର ସହରରେ ଶିକ୍ଷାୟ ବିକାଶ ପାଇଁ ପାଇଁ ଲିଟିଲ୍ ଫ୍ଲାଓ୍ଵାର ଇଂରାଜୀ ମିଡିୟମମ ସ୍କୁଲ କର୍ତୃପକ୍ଷଙ୍କ ନିରନ୍ତର ପ୍ରଚେଷ୍ଟା, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ କୁଟିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରିବା ସହିତ ସମସ୍ତ ନୃତ୍ୟ ଗୁରୁ/ଗୁରୂମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା ।

ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ୪୦୦ ମି ଦୌଡ ପ୍ରିଯୋଗୀତା ରେ ତୃତୀୟ ସ୍ଥାନ ପାଇଥିବା ଦଶମ ଶ୍ରେଣୀ ଛାତ୍ରୀ କଲ୍ୟାଣୀ ଟୁଡୁ, ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ ରଗବି ଖେଳରେ ମୟୁରଭଞ୍ଜ ଜିଲ୍ଲା ରୁ ଅଂଶ ଗ୍ରହଣ କରିଥିବା ଦଶମ ଶ୍ରେଣୀ ଛାତ୍ର ସମୀର ଗୋପ ଏବଂ ବିଦ୍ୟାଳୟ ର ସର୍ବଶ୍ରେଷ୍ଠ ଏକାଡେମୀସିତ୍ୟନ୍ ଭାବେ ଦଶମ ଶ୍ରେଣୀ ଛାତ୍ର ସ୍ପନ୍ଦନ ପଟ୍ଟନାୟକ ଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧତ କରାଯାଇଥିଲା । ଶିକ୍ଷକ ଜୀବନରାମ ମହାନ୍ତ, ବିଜୟ ମହାପାତ୍ର , ଶିକ୍ଷୟିତ୍ରୀ ପୁଷ୍ପଲତା ମହାନ୍ତି ତଥା ବିଦ୍ୟାଳୟ ଅନ୍ୟ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତାମା ସହାୟତାରେ ଛାତ୍ର ଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ ।

Exit mobile version