ଭାପୁର ମହୋତ୍ସବର ଶେଷ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ 

ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଖଣ୍ଡପଡା  :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ହେବ ଦ୍ଵିତୀୟ ବର୍ଷ ୨୦୨୪ ଜାନୁଆରୀ ମାସ ୧୦ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭାପୁର ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଭାପୁର ମହୋତ୍ସବ ପଡିଆରେ ଶେଷ ପର୍ଯ୍ୟାୟ ପ୍ରସ୍ତୁତି ବୈଠକରେ ୧୧ ଟି କମିଟିର ୨୮୦ ରୁ ଉର୍ଦ୍ଧ୍ବ ସଭ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ମହୋତ୍ସବ ପଡ଼ିଆରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାପୁର ମହୋତ୍ସବ କମିଟିର ଉପଦେଷ୍ଠା ତଥା ଭାପୁର ତହସିଲଦାର ଲଗ୍ନଜିତ୍ ବେହେରା ଓ଼ ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ ମୋ ମାଟି ଭାପୁରର ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,ମହୋତ୍ସବର ମୁଖ୍ୟ ପୁରୋଧା ଭରତ କୁମାର ବେହେରା ଏହି ବୈଠକରେ ମୁଖ୍ୟ ଭାବରେ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହିତ ମହୋତ୍ସବ ଶେଷ କରିବା ପାଇଁ ବିଭିନ୍ନ ବିଭାଗ ତଥା କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।

ଚଳିତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ ଘାଟନ କରିବେ ବୋଲି ମହୋତ୍ସବର କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ପରିଶେଷରେ ସଭାପତି ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତି ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version