ଟିପିସିଓଡିଏଲ୍ ପକ୍ଷରୁ କଟକର ୪୨ ମୌଜା ବରାଳରେ ନୂତନ ବିଦ୍ୟୁତ ସବ୍‌ଷ୍ଟେସନ୍ ଉଦ୍‌ଘାଟିତ

x. ମାନ୍ୟବର ବିଧାୟକଙ୍କ ଦ୍ୱାରା ୩୩/୧୧ କେଭି ପ୍ରକଳ୍ପର ଶିଳାନ୍ୟାସ

x. ଟିପିସିଓଡିଏଲର ବରାଳ, ୪୨ ମୌଜା ପ୍ରକଳ୍ପ ଦ୍ୱାରା ୬ଟି ଗ୍ରାମ ପଂଚାୟତ ଉପକୃତ ହେବେ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରାଯାଇଛି । କଟକ ସଦରର ମାନ୍ୟବର ବିଧାୟକ ଚନ୍ଦ୍ର ସାରଥୀ ବେହେରା କଟକ ୪୨ ମୌଜାସ୍ଥିତ ବରାଳ ଠାରେ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନର ଶିଳାନ୍ୟାସ
କରିଛନ୍ତି ।

ଶିଳାନ୍ୟାସ ସମାରୋହରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ ଟିପିସିଓଡିଏଲ୍ ମୁଖ୍ୟ ଅପରେସନ୍‌, ଟିପିସିଓଡିଏଲ୍ କଟକ ସର୍କଲ ମୁଖ୍ୟ, ସ୍ଥାନୀୟ ସରପଂଚ, ଜିଲ୍ଲା ପରିଷଦ ସଭ୍ୟ; ସମିତି ସଭ୍ୟ; ବ୍ଲକ ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ଲୋ’ ଭୋଲଟେଜ୍ ଏବଂ ଅନିୟମିତ ବିଦ୍ୟୁତ ଯୋଗାଣ ସମସ୍ୟା ଯୋଗୁଁ ହେଉଥିବା ସମସ୍ୟାକୁ ଏହି ନୂତନ ସବ୍‌ଷ୍ଟେସନ ସୁଧାରିବାକୁ ଯାଉଛି ।

ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଏହି ଅଂଚଳରେ ଦଶ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬ଟି ଗ୍ରାମ ପଂଚାୟତକୁ ଯଥେଷ୍ଟ ଲାଭ ପ୍ରଦାନ କରିବ । ଏହି ପ୍ରକଳ୍ପ ବିଷୟରେ ଟିପିସିଓଡିଏଲର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଏହି ପଦକ୍ଷେପ ଆମେ ସେବା ପ୍ରଦାନ କରୁଥିବା ଗୋଷ୍ଠୀକୁ ଏକ ବିଶ୍ୱସନୀୟ ଏବଂ ଦକ୍ଷ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତା । ବରାଳ, ୪୨ ମୌଜା, କଟକ ପ୍ରକଳ୍ପ ଏହି ଅଂଚଳର ଶକ୍ତି ଭିତିଭୂମିର ବିକାଶ ପାଇଁ ଆମର ସମର୍ପଣର ପ୍ରମାଣ ପାଲଟିଛି ।’’

Exit mobile version