୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼/ରଣପୁର :-> ଗୋତିଶ୍ରମିକ ଉଚ୍ଛେଦ ଆଇନ ୧୯୭୬ ମସିହା ଅନୁଯାୟୀ ରଣପୁର ସମେତ ୮ଟି ବ୍ଲକର ପ୍ରାୟ ୩୦୦୦ ଧୋବା ଓ ବାରିକ ଜାତିର ବର୍ତ୍ତନ ଗ୍ରାହୀ ଗୋତି ଶ୍ରମିକ ଚିହ୍ନଟ,ମୁକ୍ତି ,ପ୍ରମାଣ ପତ୍ର ଓ ଥଇଥାନ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ୨୦୧୪ ରୁ ଆବେଦନ କରିବାରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କ ଜରିୟାରେ ତଦନ୍ତ କରି ରଣପୁର ର ୧୮୪ ଜଣ,ଭାପୁର ୭୦ ଜଣ ଓ ଖଣ୍ଡପଡା ବ୍ଲକର ୧୬୫ ଜଣଙ୍କୁ ୨୦୧୬ ମସିହାରେ ଉପ ଜିଲ୍ଲାପାଳ ଙ୍କ ଚିଠି ନଂ- ୧୯୮୧/୨୦୧୬, ୩୦୨୭/୨୦୧୬ ଓ ୨୨୯୫/୨୦୧୬ ରେ ମୁକ୍ତ ପାଇଁ ପ୍ରାୟ ୪୧୯ ଜଣକୁ ମୁକ୍ତ ଘୋଷଣା କରି ରଣପୁର ଅଞ୍ଚଳର ୨୦ ଜଣଙ୍କୁ ପ୍ରମାଣ ପତ୍ର ଓ ୫ ଜଣଙ୍କୁ ପ୍ରମାଣ ପତ୍ର ସହ ୫୦୦୦ ଟଙ୍କା ଲେଖାଏଁ ଦେଇ ଥିଲା ବେଳେ ଅବଶିଷ୍ଟ ପ୍ରମାଣ ପତ୍ର ସହ ଆର୍ଥିକ ସହାୟତା ଦେବାରେ ପ୍ରାୟ ବର୍ଷ ପରେ ବର୍ଷ ଗଡାଇ ଚାଲିଛନ୍ତି ।
ଚିହ୍ନଟ କରି ପ୍ରମାଣ ପତ୍ର ସହ ଆର୍ଥିକ ସହାୟତା ଦେଇଥିବା ଜିଲ୍ଲାପାଳ ପୁନର୍ବାର ୨୦୨୧ ମସିହାରେ କୋର୍ଟ କୁ ଡାକି ସେହି ଗୋତିଶ୍ରମିକଙ୍କୁ ଆସିଦ୍ଧ ଘୋଷଣା କରିବାରୁ ଗୋତିମୁକ୍ତି ଆନ୍ଦୋଳନ ତରଫରୁ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନିଆଯାଇଥିଲା । ମାନ୍ୟବର ନ୍ୟାୟାଳୟ ତା-୧୬-୮-୨୦୨୧ ରିଖରେ ରାୟ ଦେଇ ତୁରନ୍ତ ପ୍ରମାଣ ପତ୍ର ଓ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ମାତ୍ର ଜିଲ୍ଲା ପ୍ରଶାସନ ଗହମ ନିଦ୍ରା ଯାଇ ବିଳମ୍ବରେ ଆଜି ଜିଲ୍ଲାପାଳଙ୍କ ମିଶି କେଶ ନଂ- ୫/୨୦୨୨ ରେ ଆବେଦନ କାରିଣୀ ଙ୍କୁ କୋର୍ଟକୁ ଡାକି ହାଜରା ନେଇଥିଲେ ।
ପ୍ରଶାସନ ର ବିଲମ୍ଵତା ପାଇଁ ବହୁ ହିତାଧିକାରଣି ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲା ପ୍ରଶାସନର ମନ୍ଥର ଗତି ଓ ନିଷ୍କ୍ରିୟତା ପ୍ରତିବାଦରେ ସଙ୍ଗଠନ ତରଫରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲାପାଳ ଅଫିସି ସମ୍ମୁଖରେ ଗୋତିଶ୍ରମିକ ମାନେ ପ୍ରତିବାଦ କରିଥିଲେ । ଜିଲ୍ଲା ପ୍ରଶାସନ ଯଦି ଆଉ ବିଳମ୍ବ କରନ୍ତି ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ସମ୍ମୁଖରେ ତୀବ୍ର ଆନ୍ଦୋଳନ କରାଯିବ ଜିଲ୍ଲା ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଥିଲା ।
ଏହି ପ୍ରତିବାଦରେ ଗୋତିମୁକ୍ତି ଆନ୍ଦୋଳନର ରାଜ୍ୟ ସଭାପତି ସୁରେଶ ସ୍ବାଇଁ,ସଂଯୁକ୍ତା ସେଠୀ, ଗୋପବନ୍ଧୁ ସେଠୀ, ତ୍ରିଲୋଚନ ସେଠୀ, ଗୋବର୍ଦ୍ଧନ ସେଠୀ, ବସନ୍ତ କୁମାର ସେଠି, ଶରତ ସେଠୀ ଓ ରୁନି ବାଳା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ଦେବା ସହ ନେତୃତ୍ୱ ନେଇଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ ।
