ବ୍ରାଉନ ସୁଗାର ଜବତ – ଜଣେ ଗିରଫ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ଅବକାରୀ ଥାନା ଅନ୍ତର୍ଗତ ମାଣିକଗୋଡ଼ା ଦଳେଇସାହି ରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ତା ଠାରୁ ୧୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସମ୍ପୃକ୍ତ ଗ୍ରାମର ମୀର ଅବଦୁଲ୍ଲା ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଆଣି ଏ ଅଂଚଳରେ ବ୍ୟବସାୟ କରୁଥିଲା ।

ଜିଲ୍ଲା ଅଧିକ୍ଷକ ଝସକେତନ ବରିହା ଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ଥାନା ଭାରପ୍ରାପ୍ତ ଅଧିକାରୀ ଏନ ଜାଗିନ ରାଓ ଖବର ପାଇ ଥାନା କର୍ମଚାରୀ ମାନଙ୍କୁ ଧରି ସେଠାରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରି ତାଠାରୁ ପ୍ରାୟ ୧୫ଲକ୍ଷ ୮୦ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛନ୍ତି । ଥାନାରେ୧୭୯/୨୩ନଂ କେଶ ରୁଜୁ କରାଯାଇ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Exit mobile version