ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ବିଦ୍ୟାଳୟରେ : ଉଦଯାପନୀ ଉତ୍ସବରେ ଆୟୋଜିତ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ଅସୁସ୍ଥତା ଯୋଗୁଁ ତା’ଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଡ଼ିଗ୍ରୀ କଲେଜ୍ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ମହାପାତ୍ର, ବିଶିଷ୍ଟ ସମାଜସେବୀ ତଥା ମହା ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରତାପ ଚନ୍ଦ୍ର ସାମନ୍ତରାୟ, କନ୍ତିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭୀମସେନ ଭୁଜବଳ, ସରପଞ୍ଚ ମନୋଜ୍ କୁମାର ବେହେରା,

ଜଟଣୀ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଟଣୀ କଲେଜ୍ ଅଧ୍ୟକ୍ଷ ଡଃ ରାଜୀବ କର ମୂଖ୍ୟବକ୍ତା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ଅତିଥି ଗଣ କହିଥିଲେ ଯେ ସ୍ୱପ୍ନରେ ସଂକଳ୍ପ ଥିଲେ ସଫଳତା ହାସଲ ସହଜ ହୋଇଥାଏ । ନିଜର ଶକ୍ତି ସମ୍ପର୍କରେ ଜାଣି ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ସରକାର ଏହି ଯୋଜନା ଦ୍ୱାରା ଛାତ୍ରୀ ମାନଙ୍କୁ ଦକ୍ଷ ନାଗରିକ ଭାବେ ଗଢିବାର ମାନସିକତା ରଖିଛନ୍ତି ବୋଲି ସୁଚନା ଦେଇଥିଲେ। ଶେଷରେ ଅତିଥିମାନେ କାର୍ଯ୍ୟକ୍ରମରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସେବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆଜିର ଏହି ଉଦଯାପନୀ ଉତ୍ସବ ଅବସରରେ ଆୟୋଜିତ ସଭାରେ ସୁଶାନ୍ତ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୌଦାମିନୀ ବେହେରା ମଞ୍ଚ ପରିଚାଳନା ଓ ଡଃ ରଜନୀ ରଣସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହା ବିଦ୍ୟାଳୟର ଦିଲୀପ କୁମାର ଜେନା, ସୁଶାନ୍ତ ସାମନ୍ତରାୟ, ମଞ୍ଜୁଲତା ସାହୁ, ବିଷ୍ଣୁ ବଳିଆରସିଂ,

ଦୁର୍ଗା ରାଣୀ ନାୟକ, ଅବଦୁଲ କଲାମ, ଯୁଗଳ କୁମାର ବେହେରା, ନମିତା ବେହେରା, ଜଗନ୍ନାଥ ପ୍ରଧାନ, ପୁଷ୍ପିତା ରାଣୀ ଦାସ, ବେବିନା ସେଠୀ,ସନ୍ତୋଷ, ସୁବାସ,ଟୁକୁ, ଅଭିମନ୍ୟୁ ଓ ଚନ୍ଦ୍ରଶେଖର ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ସଂଯୋଜନା ଓ ପରିଚାଳନା କରିଥିଲେ।

Exit mobile version