Home ଅପରାଧ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସ୍ତୁତି ମହିଳାଙ୍କ ମୃତ୍ୟୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :-> ବାଲୁଗାଁ ଘରୋଇ କୌସ୍ତୁଭ ହସ୍ପିଟାଲରେ ଜଣେ ପ୍ରସ୍ତୁତି ମହିଳାଙ୍କୁ ଚିକିତ୍ସା ଅବହେଳା କରିବାରୁ ଚିକିତ୍ସାଧୀନ ଥିବା ପ୍ରସ୍ତୁତି ମହିଳାଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି ।ଉକ୍ତ ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା ବେଳେ ବାଲୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ସୂଚନା ଅନୁଯାଇ ବାଲୁଗାଁ ନିକଟସ୍ଥ ଖାରିବନ୍ଧ ଗ୍ରାମର ମକଦମ ସ୍ବାଇଁଙ୍କ ବଡ଼ ଝିଅ ପାର୍ବତୀ ନିକଟସ୍ଥ ତେନ୍ତୁଳିଡିହ ଗ୍ରାମର କେଶବ ରାଉତଙ୍କ ପୁଅ ଦେବାଶିଷ ରାଉତଙ୍କ ସହିତ ଏକ ବର୍ଷ ତଳେ ବିବାହ ହୋଇଥିଲା । ପାର୍ବତୀ ପ୍ରସବ ପାଇଁ ବାଣପୁର ସରକାରୀ ଗୋଷ୍ଠୀ ସ୍ୱlସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ସେବନ କରିଆସୁଥିଲେ l ଏପରିସ୍ଥଳେ ଶୁକ୍ରବାର ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ମଧ୍ୟାହ୍ନ ପ୍ରାୟ ଦୁଇ ଘଟିକା ସମୟରେ ବାଣପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସମ୍ପୃକ୍ତ ଡାକ୍ତର ମହିଳାଙ୍କୁ ପରୀକ୍ଷା ନିରୀକ୍ଷା କରିବାପରେ ଅସ୍ତ୍ରୋପଚାର ନିହାତି ଜରୁରୀ କହି ବାଲୁଗାଁ ସ୍ଥିତ ଏକ ଘରୋଇ କୌସ୍ତୁଭ ହସ୍ପିଟାଲକୁ ପଠାଇଦେଇଥିଲେ l କିନ୍ତୁ ଡାକ୍ତର ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ବାଣପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସି ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳକୁ ଯନ୍ତ୍ରଣାରେ ଛଟପଟ ହୋଇ ମହିଳାଙ୍କ ମୃତ୍ୟୁ ଘଟିଥିଲା l ତେବେ ମୃତ୍ୟୁ ର ସଠିକ କାରଣ ଜଣା ପଡ଼ିନଥିବା ବେଳେ ଏହି ଘଟଣାକୁ ନେଇ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୀବ୍ର ଉତ୍ତେଜନା ଦେଖାଯାଇଛି l ରିପୋର୍ଟ ଲେଖାଯିବାବେଳକୁ ଏ ସମ୍ପର୍କ ରେ ବାଲୁଗାଁ ଥାନାରେ କୌଣସି ରିପୋର୍ଟ ହୋଇନଥିବା ବେଳେ ବିଶୁଙ୍ଖଳା ନ ହେବା ପାଇଁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତ୍ତୟନ ଅଛନ୍ତି l ଅନ୍ୟ ପକ୍ଷରେ ମୃତ ପାର୍ବତୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026