ରଣପୁର ମହିଳା ମହାବିଦ୍ୟାଳୟର #ନୁଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ମା ମଣି ନାଗ ଦୂର୍ଗା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରସ୍ତାବିତ #ନୁଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗତ 07.12.2023 ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇ ଯାଇଚି .

ବିଦ୍ୟାଳୟ ର ଅଧ୍ୟକ୍ଷା ଡ. ସୁକାନ୍ତି ଦେବୀ ଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପିଲା ଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମ ର ଉପାଦେୟତା ର ବାର୍ତ୍ତା ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ NAC ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ପୂର୍ଵତନ ପରିଚାଳନା କମିଟିର ପ୍ରଥମ ସମ୍ପାଦକ ଚନ୍ଦ୍ର ଶେଖର ସିଂ ସାମନ୍ତ ଏବଂ ଗୋପାଳ ଚନ୍ଦ୍ର ଦାଶ , ଗୋବିନ୍ଦ ଚନ୍ଦ୍ର ପୃଷ୍ଟି , ମାଗୁଣି ଚରଣ ବେହେରା, ଶ୍ରୀ ସନାତନ ଦାଶ ଙ୍କ ସମେତ +3 ଅଧ୍ୟକ୍ଷ ଅଧ୍ୟାପକ ବିଭୁ ପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

ଅଧ୍ୟାପକ ଉମେଶ ଚନ୍ଦ୍ର ମିଶ୍ର, ଅଧ୍ୟାପିକା ନୀଳିମା ନନ୍ଦ ସ୍ୱାଗତ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ଯଥା କ୍ରୀଡା ‘ସାଂସ୍କୃତିକ ଓ ସମାଜ ସେବା କାର୍ଯ୍ୟକ୍ରମ ରେ ସଫଳ ହୋଇ ଥିବା ଛାତ୍ରୀ ମାନଂକୁ ବିଧାୟକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ନୋଡାଲ ଅଫିସ ର ଗୀତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ରୀତାଞ୍ଜଳି ଜେନା ଚମ୍ପିୟାନ ହୋଇଥିଲେ ଓ ରଣପୁର ସବୁ ସାମ୍ବାଦିକ ଭାଇମାନେ ସମସ୍ତ ସହଯୋଗ କରିଥିଲେ । ସମସ୍ତ ଆଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Exit mobile version