ଚିନ୍ମୟ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ଚିନ୍ମୟ ମିଶନ ତରଫରୁ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହର ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଚିନ୍ମୟ ମିଶନର ସନ୍ନ୍ୟାସୀ ସ୍ବାମୀ ଚିଦଘନ୍ନାନନ୍ଦ ସରସ୍ବତୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନରେ କହିଥିଲେ ଯେ, ସୁସ୍ଥ ଶରୀର ସୁସ୍ଥ ମନ ନିର୍ମାଣ କରିଥାଏ ।

ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଆସନ ଓ ମନ କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପ୍ରାଣାୟାମ କରିବା ଆବଶ୍ଯକ। ଖାଦ୍ୟ ସଂଯମତା ହିଁ ସୁସ୍ଥ ଶରୀରର ଚାବିକାଠି ବୋଲି ମଧ୍ଯ କହିଥିଲେ। ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଲଡୁକେଶ ଆଞ୍ଚଳିକ ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ, ରାଜ ରଣପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ଯାପିକା ନିଳିମା ନନ୍ଦ, ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଗୀତା ଆବୃତ୍ତିକୁ ମୂଲ୍ଯାୟନ କରିଥିଲେ।

ନୟାଗଡ଼ ସହରର ବହୁ ଘରୋଇ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲା ବେଳେ ଚିନ୍ମୟ ମିଶନର ସୁଶ୍ରୀ ଶ୍ରାବଣୀ ମିଶ୍ର,ଭାରତ ବିକାଶ ପରିଷଦର ଅଧ୍ଯକ୍ଷ ପ୍ରାଧ୍ୟାପକ ହରେକୃଷ୍ଣ ସାହୁ, ସଚିବ ଘନଶ୍ୟାମ ସାହୁ, ପ୍ରଦୀପ କୁମାର ସାହୁ, ପ୍ରାଧ୍ୟାପକ ଅଜୟ କୁମାର ପଟ୍ଟନାୟକ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ,

ପ୍ରଫୁଲ୍ଲ କୁମାର ନାୟକ,ରାମଚନ୍ଦ୍ର ପ୍ରୁଷ୍ଟି, ଅନ୍ତର୍ଯ୍ୟାମୀ ଜେନା,ମହେନ୍ଦ୍ର କୁମାର ରାଉତ,କୃପାସିନ୍ଧୁ କରଣ, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା ଓ ଶୁଭ ସ୍ମିତା ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Exit mobile version