ବାପା ମରିବାର ୧୨ ଦିନ ରେ ପୁତ୍ରଙ୍କ ବିୟୋଗ ରେ ଗ୍ରାମବାସି ଶୋକାକୁଳ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଆର,ଉଦୟଗିରି ନୋଡାଲ ଉଚ ବିଦ୍ୟାଳୟ ସେ ଦୀର୍ଘ ବର୍ଷଧରି ଶିକ୍ଷକ କରିଆସୁଥିଲେ । ଗ୍ରାମର ଗୌଡସାହିରେ ରହେଛନ୍ତ । ପ୍ରାଥମିକ ଶିକ୍ଷକ ଭାସ୍କର ମହାଙ୍କୁଢଙ୍କ ଆଜି ଭୋରରେ ତାଙ୍କ ମୃତ ହୋଇଥିଲା । ୧୨ ଦିନ ତଳେ ଅବସରରପ୍ରାପ ଶିକ୍ଷକ ତଥା ବାପା ଲୋକନାଥ ମହାଙ୍କୁଡଙ୍କ ମୃତ୍ୟୁ ହୋଇଥିଲା । ଆଜି ଭାସ୍କର ଆରପାରିକୁ ଚାଲିଯିବା ପରେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି ।

ସେ କିଛିଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ୪ ଦିନ ତଳେ ତାଙ୍କର ହାର୍ଟ ସର୍ଜରି ହୋଇଥିଲା । ଆଜି ଭୋର୍ ରେ ଭାସ୍କର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ୨୦୨୫ରେ ଅବସର ନେଇଥା ନ୍ତେ । ତାଙ୍କ ବିୟୋଗରେ ଶିକ୍ଷକ ଶିକ୍ଷୟିତୀଙ୍କ ମହଲରେ ଶୋକରଛାୟା ଖେଳିଯାଛି । ଆର,ଉଦୟଗିରୀ ବିଇଓ ବୀରେନ୍ଦ୍ର ମଣ୍ଡଳ,

ଏବିଇଓ ଯୁଧିଷ୍ଠିର ବେହେରା , ବିଦ୍ୟାଳୟ ଓ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତୀଗଣ ଗଭୀର ଶୋକ ପ୍ରକଟ କରିଛନ୍ତି । ଘୋରଣା ଘାଟି ମଶାଣିରେ ଅନ୍ତିମ ସକାର କରାଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଓ ଦୁଇ ସନ୍ତାନଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ଏହାପରେ ଗ୍ରାମ ଓ ଶିକ୍ଷକ ଶିକ୍ଷୟିତୀ ଶୋକକୁଳ ଖେଳିଯାଉଛି ।

Exit mobile version