ଚିକିଟି ଆଞ୍ଚଳିକ ପରିଷଧ ତରଫରୁ ଶୀତବସ୍ତ୍ର କେନ୍ଦ୍ରିୟ ସଭାପତି ଦଣ୍ଡାସି ସାହୁଙ୍କ ଦ୍ବାରା ବଣ୍ଟନ

୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି  :-> ଚିକିଟି ଖେମୁଣ୍ଡୀ ହଳଦିଆ ତୈଳିକ ବୈଷ୍ୟ ସମାଜ କେନ୍ଦ୍ର ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ଆନୁକୁଲ୍ୟରେ ଚିକିଟି ଆଞ୍ଚଳିକ କୋଠ ଘର ଓ କେନ୍ଦ୍ର କାର୍ଯ୍ୟଳୟ ଚିକିଟି ପେଣ୍ଠ ଠାରେ। ତା ୧୭-୧୨-୨୦୨୩ ରିଖ ଦିନ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇ ଥିଲା l ସେଥିରେ ୪୦ ଜଣ ବୃଦ୍ଧା ,ବୃଦ୍ଧି ଓ ଅସହାୟ ଗରିବ ଲୋକଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀ ଧରମା ସାହୁ ,

କେନ୍ଦ୍ର ସଭାପତି ଶ୍ରୀ ଦଣ୍ଡାସି ସାହୁ ,କେନ୍ଦ୍ର ଉପ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ,କେନ୍ଦ୍ର ସମସ୍ତ ଚିକିଟି ଆଞ୍ଚଳିକ ସଭାପତି ଶ୍ରୀ କୃଷ୍ଣ ସାହୁ ଏବଂ ସମସ୍ତ ଗ୍ରାମ ପରିଷଦ ସଭାପତିଙ୍କ ଦ୍ୱାରା କର୍ମକର୍ତ୍ତା ସହ ବଣ୍ଟନ କରାଗଲା । ଏଥିରେ ସୌଜୁନ ଥିଲେ ଶ୍ରୀ ଧରମା ସାହୁ ଚିକିଟି ପେଣ୍ଠ ଓ ସେହି ଦିନ ମଧ୍ୟ ଆମରି ସମାଜ ର ଜଣେ ସମାଜ ସେବୀ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିବା ରୁ ଦ୍ଵାଦଶ କାର୍ଯ୍ୟ ଥିବା ସମୟରେ ସେହି କାର୍ଯ୍ୟ ରେ ଆମ ସମାଜର କେନ୍ଦ୍ର ସଭାପତି ,

ଆଞ୍ଚଳିକ ସଭାପତି। ଓ ଗ୍ରାମର ସଭାପତି ସହିତ ବ୍ରହ୍ମପୁର ମହୁରୀ ମଣ୍ଡଳୀ ସମ୍ପାଦକ ଶ୍ରୀ ସନ୍ତୋଷ ସାହୁ ଓ ସଂଗଠନ ସମ୍ପାଦିକା ଶ୍ରୀମତି ସ୍ନେହଲତା ସାହୁ ଏହିପରି ଅନେକ କର୍ମ କର୍ତ୍ତା ଦ୍ୱାରା ସ୍ବର୍ଗତ ଶ୍ରୀ ନରସିଂହ ସାହୁ ଙ୍କର ଫଟୋ ଉପରେ ପୁଷ୍ପ ମଲ୍ୟ ଅର୍ପଣ କରିଥିଲେ ତାଙ୍କର ଆତ୍ମା କୁ ଶାନ୍ତି ପାଇଁ ଦୁଇ ମିନିଟ ଠିଆ ହୋଇ ନିରବ ପ୍ରାର୍ଥନା କରାଯାଇଥିଲା ।

 

Exit mobile version