ଶତ୍ରୁଘ୍ନ ମା ସୁଭଦ୍ରାଙ୍କୁ ଗାଁ ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା – ପୁଅ

ବାଡ଼ିରୁ କୋବି ତୋଳିବାରୁ ମା’ଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲା ପୁଅ

ଗୁରୁତର ମାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କଲେ ଗାଁ ଲୋକ, କେନ୍ଦୁଝର ଡାକ୍ତରଖାନାରେ ୭୦ ବର୍ଷୀୟା ମା’

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ଥାନା ଅନ୍ତର୍ଗତ ସରାସପଶି ଗ୍ରାମ ଘଟଣା ପୁଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ପ୍ରାପ୍ତ ସୂଚନା ଅନୁସାରେ, ସରାସପଶି ଗ୍ରାମର ସୁଭଦ୍ରା ମହାନ୍ତଙ୍କ ଦୁଇପୁଅ ଦୁଇପୁଅ ଓ ମା ସମସ୍ତେ ଅଲଗା ରହୁଛନ୍ତି। ସୁଭଦ୍ରା ସାନପୁଅ ଶତ୍ରୁଘ୍ନଙ୍କ ବାଡ଼ିରୁ ଏକ କୋବି ତୋଳି ନେଇ ଖାଇ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶତ୍ରୁଘ୍ନ ମାଙ୍କ ସହ ଝଗଡ଼ା କରିଥିଲା ।

ଏଥିରେ ଉତ୍ୟକ୍ତ ହୋଇ ଶତ୍ରୁଘ୍ନ ମା ସୁଭଦ୍ରାଙ୍କୁ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲା । ଗ୍ରାମବାସୀ ଛଡ଼ାଇବାକୁ ଆସିବାରୁ ସେମାନଙ୍କୁ ଓଲଟା ଧମକଚମକ ଦେଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଚମ୍ପୁଆ ଥାନାକୁ ଜଣାଇଥିଲେ । ଚମ୍ପୁଆ ପୁଲିସ ପହଞ୍ଚି ବୃଦ୍ଧା ସୁଭାଦ୍ରାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

Exit mobile version