ନୂତନ ରହଣୀ ସ୍ବାଗତ କାର୍ଯ୍ୟକ୍ରମ ପାଇଁ ପ୍ରଚାର ଆରମ୍ଭ : ପ୍ରଶାନ୍ତି ଏକ୍ସପ୍ରେସ ନୂତନ ରହଣୀ 

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଷ୍ଟେସନରେ ଆସନ୍ତା ୩୦ ତାରିଖ ରୁ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ବିଞପ୍ତି ଜାରୀ ସରିଛି। ଏହି ପ୍ରରିପେକ୍ଷିରେ ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନୂତନ ରହଣୀ ପ୍ରସ୍ତୁତି ବୈଠକ ହେଇଯାଇଛି । କିଭଳି ଭାବେ ଏହି ନୂତନ ରହଣୀ କୁ ସ୍ବାଗତ ସହ ଶରସ ସୁନ୍ଦର କରାଯିବ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦୁଇଟି ବୈଠକ ସରଛି।

ଏହି ଉଦ୍ଦେଶ୍ଯ ରେ ଅଂଚଳର ଜନସାଧାରଣଙ୍କୁ ନୂତନ ରହଣୀ ସ୍ବାଗତ କାର୍ଯ୍ୟକ୍ରମ ରେ ବହୁ ସଂଖାରେ ସାମିଲ କରିବା ରହଣୀ ସଂପର୍କ ରେ ସଚେତନତା କରିବା ପାଇଁ ଏକ ପ୍ରଚାର ଗାଡି ଆଜି ବାହାରିଛି। ଏହି ଗାଡି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ନୟାଗଡ ନିର୍ବାଚନମଣ୍ଡଳୀର ରଣପୁର, ସତ୍ୟବାଦୀ ନିର୍ବାଚନମଣ୍ଡଳୀର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରରିଭ୍ରମଣ କରିବା କାର୍ଯ୍ୟକ୍ରମ ରହିଛି।

ନିରାକାରପୁର ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଚାର କାର୍ଯରେ ଆଜି ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ କୁମାର ପ୍ରଧାନ,ଗୋପବଂଧୁ ସମାଜ ସେବା ସଂପାଦକ ପ୍ରସାଦ ଦାସ ଓ ସାମ୍ବାଦିକ ବିଭୁତି ଭୂଷଣ ଦାସ ଦାୟିତ୍ୱ ବହନ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରଚାର ଗାଡି ଆଜି ମଧ୍ୟାହ୍ନ ୧୨ ରୁ ନଡିଆ ବାଡେଇ ଶୁଭାରମ୍ଭ କରାଯାଇ ଲଡୁ ବଣ୍ଟନ କରାଯାଇଥିଲା ।

Exit mobile version