ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୨ତମ ସ୍ମୃତି ଉଚ୍ଚବ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା :-> ଗୁରୁବାର ସନ୍ଧ୍ୟା ୫ ଘଟିକା ସମୟରେ ଦେବାତ୍ମାପ୍ୟାରିମୋହନ ଙ୍କ ୧୪୨ ତମ ସ୍ମୃତି ଦିବସ ଆଚାର୍ଯ୍ୟ ପ୍ୟାରିମୋହନ ବିଦ୍ୟା ନିକେତନ ପସୁଲୁଣ୍ଡା ବିଦ୍ୟାଳୟ ଠାରେ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନିରଞ୍ଜନ ରଥ ଅଧକ୍ଷ ଲୋକ ସେବକ ମଣ୍ଡଳ,

ଓଡ଼ିଶା ଓ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ , କଟକ । ଏହି ଅତିଥି ମାନେ ଆମର ଦେବାତ୍ମା ଙ୍କ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ । ତା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ମଧ୍ୟ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ,

ମାହାଙ୍ଗା ପଞ୍ଚାୟତ ସମିତି ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି ,୪୦ ନଂ ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ୍ , ଶ୍ରୀକୃଷ୍ଣ ପୁର ପଞ୍ଚାୟତ ର ସରପଞ୍ଚ ରାଜେଶ ବଳ , ଜଳେଶ୍ଵର ପୁର ସରପଞ୍ଚ ପ୍ରାଥିନୀ ସୁଜାତା ମଲ୍ଲିକ, ଜଳେଶ୍ଵର ପୁର ପଞ୍ଚାୟତ ର ସମିତି ସଭ୍ୟା ରେବତି ସେଠୀ ,

ମୂରବୀ , ମହିଳା , ଯୁବ, ଛାତ୍ର ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏହି ସଭା ଟିକୁ ସୁଚାରୁ ରୁପେ ତୁଲେଇ ଥିଲେ। ଏହା ପରେ ବିଦ୍ୟାଳୟ ର ପୁରସ୍କାର ବିତରଣ କରା ଯାଇଥିଲା ଓ ତା ପରେ ସଭା ସାଙ୍ଗ ହୋଇ ଥିଲା ।

Exit mobile version