ମାହାଙ୍ଗାରେ 21 କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉମର ଓ ଗୋକନ ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରେ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ 9 ଜଣ କ୍ଵାରେଣ୍ଟଇନ କେନ୍ଦ୍ରରୁ ହୋଇଥିବା ବେଳେ 12 ଲୋକାଲ କଣ୍ଟାକ୍ଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ଲୋକାଲ କଣ୍ଟାକ୍ଟର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଲୋକ ଆସିଥିବା ସନ୍ଦେହ କରି ଉମର ପଂଚାୟତ ସରପଞ୍ଚ ନିରୁପମା ମହାପାତ୍ର ଉମର ଗ୍ରାମକୁ ତିନିଦିନିଆ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି

ସେହିପରି ଗୋକନ ପଂଚାୟତ ସରପଞ୍ଚ ପଦ୍ମନାଭ ସେଠି ଆଳୁନଟା ଗ୍ରାମର 6 ଟି ୱାର୍ଡ କୁ ମଧ୍ୟ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି ଏହି ଗାଁ ମାନଙ୍କରେ ଥିବା ବ୍ୟାଙ୍କ ସମେତ ସମସ୍ତ ବଜାର କୁ ବନ୍ଦ ସମ୍ପୁର୍ଣ୍ଣ ବନ୍ଦ କରାଯିବାସହ ଛକର ମୁଖ୍ୟ ରାସ୍ତା କୁ ବାଡ଼ ଦେଇ ସିଲ କରାଯାଇଛି ପଂଚାୟତ ପକ୍ଷରୁ ସମ୍ପୁର୍ଣ୍ଣ ଗ୍ରାମକୁ ସାନିଟାଈଜ କରାଯିବା ସହ ଅବାଧ ପ୍ରଵେଶ କୁ ବାରଣ କରାଯାଇଥିବା ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଉମର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଙ୍କୁ ଜଣାଯାଇଛି ବୋଲି ଉଭୟ ପଂଚାୟତ ର ସରପଞ୍ଚ ସୂଚନା ଦେଇଛନ୍ତି (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)

Exit mobile version