Home ଓଡ଼ିଶା ଓଡିଶା ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇବ ରାଇବଣିଆ ଦୁର୍ଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର/ଜଳେଶ୍ୱର :-> ବଦଳିବ ରୂପ ରେଖା । ଓଡିଶା ପର୍ଯ୍ୟଟନ ସ୍ଥଳୀର ପାଇବ ସ୍ଥାନ । ୧୬ କୋଟି ୮୭ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପର୍ଯ୍ୟଟନ ମନ୍ତ୍ରୀ । ଓଡ଼ିଶା ଇତିହାସର ଅନ୍ୟତମ ଅନାଲୋଚୀତ ଇତିହାସ ରାଇବଣିଆ ଦୁର୍ଗ । ପୂର୍ବ ଭାରତର ଅନ୍ୟତମ ବିଶାଳ ଓ ସଂସ୍କୃତି ସମ୍ପନ୍ନ ପ୍ରଚୀନ ଦୁର୍ଗ । ମହାଭାରତ ସମୟର ମତ୍ସ୍ୟ ରାଜ୍ୟର ରାଜଧାନୀ ବିରାଟ ନଗର । ପାଣ୍ଡବ ମାନେ ଏଠାରେ ଏକ ବର୍ଷ ଅଜ୍ଞାତ ବାସ କରିଥିଲେ । ପାଞ୍ଚ ହଜାର ବର୍ଷ ତଳର ଏହି ପ୍ରଚୀନ ଦୂର୍ଗର ଉନ୍ନତି କରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ। ଜଳେଶ୍ୱର ବ୍ଲକ ରାଇବଣିଆ ଦୁର୍ଗ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତର ସବୁଠୁ ବଡ଼ ଦୁର୍ଗ। ଏହି ଦୁର୍ଗକୁ ନେଇ ଅନେକ ପୌରାଣିକ ଓ ଐତିହାସିକ ଲୋକ କଥା ରହିଛି। ମାତ୍ର ଏହାକୁ ନେଇ ପ୍ରକୃତ ବିଜ୍ଞାନ ସମ୍ମତ ତଥ୍ୟ ଆଜି ପର୍ଯ୍ୟନ୍ତ ଲୁକ୍କାୟିତ ହୋଇ ରହିଛି।ସେଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି । ଗଡ଼ ଭିତରେ ଥିବା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ସରକାର ୪୦ ଲକ୍ଷ ଟଙ୍କା ଦେଇଥିବା ବେଳେ, ଏହି ଦୁର୍ଗର ରୂପ ରେଖା ବଦଳିବା ସହ ଓଡିଶା ପର୍ଯ୍ୟଟନ ବିଭାଗରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏଥିପାଇଁ ଆଜି ଓଡିଶା ସରକାରଙ୍କ ଭାଷା ସାହିତ୍ୟ. ସଂସ୍କୃତି,ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର,ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ , ବିଡ଼ିଓ, ତହସିଲଦାର, ଜିଲ୍ଲା ପରିଷଦ ଉପାଦକ୍ଷ୍ୟା, ସରପଞ୍ଚ, ସମିତି ସଭ୍ୟ, ମ୍ୟୂନସିପାଲଟି ଚେୟାରମେନ, ବ୍ଲକ ଚେୟାରମେନ ପ୍ରମୁଖ ଉପସ୍ଥିତ ରହି ବର୍ଣ୍ଣାଢ଼୍ୟ ସମାବେଶରେ ୧୬ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ଗଡ଼ ଭିତରେ ଥିବା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ସରକାର ୪୦ ଲକ୍ଷ ଟଙ୍କା ଦେଇଥିବା ବେଳେ, ଏହି ଦୁର୍ଗର ରୂପ ରେଖା ବଦଳିବା ସହ ଓଡିଶା ପର୍ଯ୍ୟଟନ ବିଭାଗରେ ଯୋଡି ହୋଇ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026