୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> କଟକ ସଦର ଥାନା ପୋଲିସ ୪ ଟି ବଡ଼ ଛିନ୍ତାଇ କେଶର ଜଡ଼ିତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗତ ୧୩,୧୯ ଓ ୨୩ ତାରିଖରେ ଫୁଲନଖରା ଠାରୁ ସଦର ଥାନା ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ୪ଟି ବଡ଼ ଧରଣର ଛିନତାଇ ଘଟଣା। ଲୁଟେରା ମାନେ ତିନିଜଣ ମହିଳା ଓ ଜଣେ ପୁରୁଷ ଙ୍କ ଠାରୁ ସୁନା ଚେନ, ସୁନା ହାର ଛଡାଇ ନେଇଥିଲେ । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l
ଦୃବୁର୍ତ୍ତ ମାନେ ଦିନ ୧୧ ଟାରୁ ଦିନ ୨ଟା ମଧ୍ୟରେ ଦ୍ୱିପ୍ରହର ସମୟରେ ଛୀନ ତାଇ କରିଥିଲେ l ଏଥି ପ୍ରତି ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଏକ ଟିମ ଗଠନ କରି ଏହି ଦୃବୁର୍ତ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏହି ଲୁଟେରା ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି l ମୁଖ୍ୟ ଅଭିଯୁକ୍ତ ଶୁଭ୍ରାଂଶୁ ପରିଡା ଯାହାର ଘର ବାୟାଳିଶମୌଜା ଥାନା କଳପଡା ଅଞ୍ଚଳରେ ।
