ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କାଇପଦର :-> କବି ପ୍ରସନ୍ନ ପାଟ୍ଟଶାଣୀ ଆଚଂଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଳିପଡା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଉଦଯାପିତ ଦିବସରେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱ ରେ ମୂଖ୍ୟଅତିଥି ଭାବରେ ପୁର୍ବତନ ଅଧ୍ୟକ୍ଷ,

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ,କାଇପଦର,ଡଃ ଦେବେନ୍ଦ୍ର କୁମାର ମାନସିଂହ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଫକିର ଚରଣ ନିଶଙ୍କ ଓସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀମତୀ ସଂଯୁକ୍ତା ମହାପାତ୍ର ,

ବିଦ୍ୟାଳୟ ପ୍ରତିଷ୍ଠାତା ତଥା ସମାଜସେବୀ ଦୁଃଶାସନ ଗୁମାନସିଂହ ପ୍ରମୁଖ ଯୋଗଦେଇଥିଲେ।ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ

ଅତିଥି ମାନେ ମାନପତ୍ର ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ଆହୁରି ସରସ ସୁନ୍ଦର କରାଯିବାକୁ ସ୍ଥିର ହୋଇଥିବା ଜଣାପଡିଛି।

Exit mobile version