ତିତିସିଂ ପଞ୍ଚାୟତ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ନୁଆଗଡ ବ୍ଲକ ତିତିସିଂ ପଞ୍ଚାୟତ ପଞ୍ଚାୟତ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ରେ ମୋଟ ୫୨ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୪୧ ଗୋଟି ସାମୁହିକ ଅଭିଯୋଗ ରହିଥିଲା ।

ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୨ ଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ସେଥିମଧ୍ୟରୁ ୨ ଜଣ ୧୦,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସନ୍ କାର୍ଡ ସମସ୍ୟା, ଭତ୍ତା, ପାନୀୟ ଜଳ ଯୋଗାଣ ଆଦି ପ୍ରମୁଖ ରହିଥିଲା ।

ଅଭିଯୋଗ ଶୁଣାଣିରେ ମଧୁବାବୁ ଜୋଜନା ୮ଜଣଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ରେ ଗଜପତି ରୁ ଏଡିଏମ୍ ବିରେନ୍ଦ୍ର ଦାସ , ଅତିରିକ୍ତ ଏସପି ସୁନିଲ୍ ମାହାନ୍ତି , ବିଢିଓ ଲୋକନାଥ ଶବର , ମାଳତୀ ପ୍ରଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ପରେ ବାହାରେ ଥିବା ଷ୍ଟଲ ବୁଲି ବୁଲି ଦେଇଥିଲେ ।

Exit mobile version