ରଘନାଥ ଡିଗ୍ରୀ କଲେଜରେ “ନୂଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୋଲଗଡ :-> ଖୋର୍ଦ୍ଦା ଜିଲ୍ଲା, ବୋଲଗଡ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ କୌଳିକ , ବୌଦ୍ଧିକ ଅ ସୌକ୍ଷିକ ଗୁଣବତାର ପରିପ୍ରକାଶ ଓ ଉନ୍ନତି ନିମନ୍ତେ ରାଜ୍ଯ ସରକାରଙ୍କ ପ୍ରୋତ୍ସାହନରେ ପ୍ରାୟୋଜିତ କାର୍ଯ୍ୟକ୍ରମ “ନୂଆ- ଓ” ଯୁବ ଓଡ଼ିଶା- ନବୀନ ଓଡ଼ିଶା ଆଜି ମହାବିଦ୍ୟାଳୟ ପରିସରରେ

ମହା ଆଡ଼ମ୍ବରରେ ନିମନ୍ତିତ ମୁଖ୍ୟ ଅତିଥି ବୋଲଗଡ ବ୍ଳକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବଡକୁମ୍ଭାରୀ ପଂଚାୟତର ସରପଂଚ ଶ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ମୁଖ୍ୟ ବକ୍ତା ବୋଲଗଡ ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ଶରତ କୁମାର ମଲ୍ଲିକ ଯୋଗଦେଇ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମଙ୍କ ସଭାପତିତ୍ବରେ ଉପସ୍ଥିତ ଅନ୍ୟାନ୍ୟ ସମ୍ମାନିତ ଅତିଥି ଯଥା ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ,

ସ୍ଥାନୀୟ ଗୋପାଳପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ବାରିକ, ସାନପଦର ପଞ୍ଚାୟତ ସରପଞ୍ଚ ଶ୍ରୀ ବୈକୁଣ୍ଠ ସ୍ୱାଇଁ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅମୂଲ୍ୟ କୁମାର ବାହିନୀପତି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଧୂପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଯାପନୀ ଉତ୍ସବର ସଭାକାର୍ଯ୍ୟ ଆରମ୍ଭ କରି ଥିଲେ।

ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ଥିଲା। ଅତିଥି ମାନଙ୍କୁ ବାଜା ବଜାଇ ଅତି ସୁନ୍ଦର ଭାବରେ ସ୍ବାଗତ କରା ଯାଇଥିଲା। ମୁଖ୍ୟ ନୋଡାଲ ଅଧିକାରୀ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ସ୍ବାଇଁ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ କରି ଥିଲେ। ଉଦଘାଟନୀ ଦିବସ ୧୪/୧୨ ରୁ ଆରମ୍ଭ ହୋଇ ଉଦଯାପନୀ ଉତ୍ସବ ୨୭/୧୨ ପର୍ଯ୍ୟନ୍ତ

ଦିନ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ପ୍ରତିଯୋଗୀତା ମାଧ୍ୟମରେ କରାଯାଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଦିନ ମାନଙ୍କରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସଂପୂଣ୍ଣ ସହଯୋଗ କରି ସଫଳ ରୂପାୟନ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ କୁ ସାକାର କରି ଥିବାର ସୂଚନା ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ ଦେଇଛନ୍ତି। ସର୍ବ ଶେଷରେ ମହା ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ କଳ୍ପନା ମଞ୍ଜରୀ ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତଙ୍କ ନିମନ୍ତେ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ।

Exit mobile version