ସ୍ୱତନ୍ତ୍ର ଏଡ଼ିଏମଙ୍କ ହିଞ୍ଜିଳି ଗ୍ରସ୍ତ କରୋନା ସଂକ୍ରମିତଙ୍କୁ କିଟ୍ ଓ ଔଷଧ ପ୍ରଦାନ : ପରିବା ବ୍ୟବସାୟୀ କର୍ମକର୍ତାଙ୍କ ସହ ଆଲୋଚନା ଓ କରୋନା ସମୀକ୍ଷା – ହିଞ୍ଜିଳିକାଟୁ

ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ହିଞ୍ଜିଳିକାଟୁ :- ସାରା ଦେଶକୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କବଳିତ କରି ରଖିଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯିବା ସହ ବହୁ କଟକଣା ଜାରି କରାଯାଇଛି । ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଅଂଚଳରେ କରୋନାର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରି ଚାଲିଛନ୍ତି । ବହୁ ସମୟରେ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ହିଞ୍ଜିଳି ଗ୍ରସ୍ତରେ ଆସି କରୋନା ସମୀକ୍ଷା କରି ଫେରିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । କରୋନାକୁ ପ୍ରତିହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୨୮ ତାରିଖ ଠାରୁ ସ୍ଥାନୀୟ ପୌର ପ୍ରଶାସନ ପୌରାଂଚଳର ୪ଟି ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ବଇଁଚବଣିଆ ଳଛକ ଠାରୁ ଆରଏମସି ଛକ ଏବଂ ୩୬ ନଂ ରାଜ୍ୟ ରାଜପଥ ପରିବା ବଜାର ଠାରୁ ସିକିରି ମୁଖ୍ୟ ରାସ୍ତାକୁୂ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ଅଂଚଳକୁ ବଫରଜୋନ ଭାବେ ଗୋଷଣା କରାଯାଇଛି ।

ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଳକର ୧୦ଟି ପଂଚାୟତକୁ କଂଟେନମେଂଟ ଜୋନ ଓ ୬ଟି ପଂଚାୟତକୁ ବଫରହେଜାନ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ସ୍ଥାନୀୟ ପୌରାଂଚଳର ୪ଟି ୱାର୍ଡ଼କୁ ରେଡ଼୍ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ବର୍ତମାନ ସ୍ଥିତିରେ ୧୭ଟି ୱାର୍ଡ଼କୁ ରେନ୍ ଜୋନ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ସବଡ଼ିଭିଜନ ସ୍ୱତନ୍ତ୍ର ଏଡ଼ିଏମ ଭାବେ ନିଯୁକ୍ତି ପାଇଥବା ପାରୁଲ୍ ପଟ୍ଟୱାରୀ ହିଞ୍ଜିଳି ଗ୍ରସ୍ତରେ ଆସି କରୋନାର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ଏଡ଼ିଏମ ପଟ୍ଟୱାରୀ ସେମାବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ପଂହଚିବା ପରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ କରୋନା ସମ୍ବନ୍ଧରେ ଆଲୋଚନା କରିଥିଲେ । ସ୍ଥାନୀୟ ପୌରାଂଚଳରେ କରୋନାର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ।

ପରେ ସ୍ଥାନୀୟ ହୋଲସେଲ ପରିବା ବଜାର ସଭାପତି, ସମ୍ପାଦକ ଓ କର୍ମକର୍ତାଙ୍କ ସହ ସାମାଜିକ ଦୂରତ୍ୱ ରକ୍ଷା ଓ ପ୍ରଶାସନର ସମସ୍ତ କରୋନା କଟକଣାକୁ ମାନି ବ୍ୟବସାୟ କରିବା ସକାଶେ ପରାମର୍ଶ ଦେଇଥିଲେ । ସେଠାରୁ ପୌରାଂଚଳର ୧୩ନଂ ୱାର୍ଡ଼ର ୫ ଜଣ ହୋମ କ୍ୱରେଂଟାଇନରେ ଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ କିଟ୍ ପ୍ରଦାନ କରିଥିଲେ । ସେଠାରୁ ହିଞ୍ଜିଳି ଆଇସୋଲେସନ ସେଂଟରକୁ ଯାଇ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ପାନୀୟ ବିଷୟରେ ପଚାରି ବୁଝିଥିଲେ । ସ୍ୱତନ୍ତ୍ର ଏଡ଼ିଏମ ପଟ୍ଟୱାରୀଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଶଡ଼ଙ୍ଗୀ, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, କର୍ମଚାରୀ କୌଳାଶ ସାବତ, ଅରୁଣ କୁମାର ପାଢି ପ୍ରମୁଖ ଉପସ୍ଥିତ ଥିଲେ । (ହିଞ୍ଜିଳିକାଟୁ /ଶେଷଦେବ ସାହୁ)

Exit mobile version