୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାହାଙ୍ଗା ବ୍ଲକ :-> କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଙ୍ଗନବାଡି କେନ୍ଦ୍ର ପ୍ରତି ବୈମାତୃକ ମନୋଭାବ ଏବେ ପଦାରେ ପଡିଛି, ୩ରୁ ୬ବର୍ଷ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଜନାରେ ସରକାର ଗୋଟିଏ ପିଲାପ୍ରତି ରୋଷେଇ ଖାଦ୍ୟ ନିମନ୍ତେ ଟ୫.୬୪ପ ଯୋଗାଇଦେଉଥିବାବେଳେ ସପ୍ତାହରେ ପାଞ୍ଚଦିନ ଅଣ୍ଡା ରୋଷେଇ କରିଦେବାପାଇଁ ନିୟମ ରହିଛି, ଅଣ୍ଡା ର ବଜାର ଦର ଘଣ୍ଟାକେ ଘୋଡା ଛୁଟୁଛି, ସରକାର ଅଣ୍ଡା ପାଇଁ ୫ଟଙ୍କା ଦେଉଥିବାବେଳେ ଏବେ ଖୋଲବଜାରରେ ଗୋଟିଏ ଅଣ୍ଡା ଦର ୭ଟଙ୍କାରୁ ଅଧିକ ହେଲାଣି, ଏପରି ସ୍ଥଳେ କେନ୍ଦ୍ର ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ ମାନେ କିପରି ଅଣ୍ଡା ରୋଷେଇ କରି ଶିଶୁଙ୍କୁ ଖାଇବାକୁ ଦେବେ ସେଥିନେଇ ଆଶଙ୍କା ଦେଖାଦେଇଛି, ପ୍ରତି ମାସରେ ୬ମାସରୁ ୩ ବର୍ଷ ଯାଏ ଶିଶୁଙ୍କୁ ୧୨ ଗୋଟି ଅଣ୍ଡା ବଣ୍ଟନ ପାଇଁ ନିୟମ ରହିଛି,
ତତ୍ ସହିତ ସପ୍ତାହରେ ୩ରୁ ୬ବର୍ଷ ଯାଏ ଶିଶୁଙ୍କୁ ୫ଦିନ ଅଣ୍ଡା ରୋଷେଇ କରି ଦେବାକୁ ନିୟମ ବାଧ୍ୟତାମୂଳକ କରାଯାଇଛି,ଏପରି ସ୍ଥଳେ କିପରି ଅଣ୍ଡା ବାବଦରେ ଦୁଇ ଟଙ୍କା ଅଧିକ ଭରଣା କରିବେ ତାହା ନେଇ ଆଶଙ୍କା ଦେଖାଦେଇଛି, ଏଭଳି ଚଢା ବଜାର ସମୟରେ କିପରି ଓ କେମିତି ଅଣ୍ଡା କ୍ରୟ କରି ଶିଶୁଙ୍କୁ ଦେବେ ଏଥିନେଇ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୌଣସି ମାର୍ଗ ଦର୍ଶିକା ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯାଉନାଇ,
