୨୮ତମ ମା ତାରିଣୀ ଙ୍କ ଯାତ୍ରା ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :-> ନୂଆଗାଁ ବ୍ଲକ ପଞ୍ଚାୟତ ସଦରମହକୁମାରେ ଥିବା ଖାଲମଡା ଗ୍ରାମରେ ୨୮ତମ ମା ତାରିଣୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ପାରିବାରିକ ସାମାଜିକ ନାଟକ “କେତେ କାନ୍ଦିବୁରେ ଗୌର ଦାସ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ତାରିଣୀ ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

ତତ୍ ସହିତ ମା ତାରିଣୀ ଙ୍କ ଯାତ୍ରା ଉତ୍ସବ ଏକତାର ଦିଗ୍ ଦର୍ଶନ ଦିଏ ବୋଲି କହିବା ସହ ଖାଲମଡା ଗ୍ରାମ ର ଏକତା , କଳା, ସଂସ୍କୃତି ନିଆରା ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ କୁମାର ଦଳବେହେରା, ବ୍ଲକ ସଭାପତି ସନାତନ ସାମଲ, ବ୍ଲକ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,

ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ପଞ୍ଚାୟତ ବିଜେଡି ସଭାପତି ପ୍ରକାଶ କୁମାର ନାୟକ , ନାଏବ ସରପଞ୍ଚ, ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ ବିଜେଡି ଯୁବ ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,ବ୍ଲକ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା,ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ମାଇଛେଳି ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ , ପ୍ରକାଶ କୁମାର ସାହୁ, ତ୍ରିଲୋଚନ ପରିଡା ,

ବାନାମ୍ୱର ପ୍ରଧାନ ସମେତ ମା ତାରିଣୀ ଯାତ୍ରା କମିଟିର ସମସ୍ତ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରମୁଖ ଉପସ୍ଥିତ ଥିଲେ। ତତ୍ ସହିତ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସମାଗମ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଉପଭୋଗ କରିବା ସହିତ “କେତେ କାନ୍ଦିବୁ ରେ ଗୌର ଦାସ” ନାଟକ ଟି ସମସ୍ତ ଦର୍ଶକ ମାନଙ୍କୁ ବିମୋହିତ କରିଥିବା ଦେଖିବାକୁ ମିଳିଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା କରିଥିଲେ ନିତୁନ ପରିଡା ।

Exit mobile version