ରଣପୁରରେ ବିଜୁ ଜନତା ଦଳର ୨୭ ତମ ଜୟନ୍ତୀରେ – ରକ୍ତପାତ

ଦଳରେ କର୍ମୀ କର୍ମୀ ଙ୍କ ମଧ୍ୟରେ ମାରପିଟ ଏକ ନିନ୍ଦା ର କାରଣ ପାଲଟିଛି ।

ଆପଣା ସୁନା ତ ଭେଣ୍ଡି ବିଧାୟକ ଙ୍କ ମୁଣ୍ଡରେ ବୋଝ । 

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ରଣପୁରର ଶହୀଦ ରଘୁ ଦିବାକର ସ୍ମୃତି ମଣ୍ଡପ ଠାରୁ , ରଣପୁର ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ସଚ୍ଚିକାନ୍ତ ଷଡଙ୍ଗି ଓ ସ୍ଥାନୀୟ ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ଆବହକରେ ଏକ ବିରାଟ ଶୋଭଯାତ୍ରା ବାହାରି ରଣପୁର ବଡ଼ଦାଣ୍ଡ ମଧ୍ୟ ଦେଇ ମା ମଣୀନାଗ ପୀଠରେ ପହଞ୍ଚିଥିଲା । ମା ମଣୀନାଗ ପୀଠରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରାରେ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ସଚ୍ଚିକାନ୍ତ ଷଡଙ୍ଗି,

 

ରଣପୁର ଏନଏସି ଅଧ୍ୟକ୍ଷା ଶ୍ରୀମତି ରଙ୍ଗୀନ ମହାନ୍ତି, ଅନ୍ୟାନ୍ୟ ବିଜେଡି ନେତା ଜିଲ୍ଲା ପରିଷଦ ସଭ୍ୟ ମାନେ ( ଚାନ୍ଦପୁର, ରଣପୁର, ଗୋଡ଼ିପଡ଼ା, ଶରଣକୁଳ ),ବ୍ଲକ୍ ଉପାଧକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ଦଳବେହେରା, ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା, ଶ୍ରୀଯୁକ୍ତ ଲିଙ୍ଗରାଜ ନାୟକ,ବିଜେଡି ଯୁବ ସଭାପତି ଆଲୋକ ପାଣି , ପ୍ରତି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ବିଜେଡି ସଭାପତି, କର୍ମୀ, ବିଜୁ ପ୍ରେମୀ ଛାତ୍ର ଛାତ୍ରୀ, ମହିଳା, ପୁରୁଷ ଆଦି ପ୍ରାୟ ଦୁଇ ହଜାରରୁ ଅଧିକ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

ହେଁ ରବି ନାରାୟଣ ମହାପାତ୍ର ଙ୍କ ସମେତ କିଛି ବରିଷ୍ଠ ନେତୃ ବୃନ୍ଦ ଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା । ଯେ କି ଅଦ୍ୟାବଧି ସଙ୍ଗଠନ କୁ ବଜାୟ ରଖିଥିବା ବେଳେ ଦଳରେ ପ୍ରମୁଖ ଓ ବରିଷ୍ଠ ନେତୃବୃନ୍ଦ ଅଟନ୍ତି ସେମାନଙ୍କୁ ପ୍ରତିଷ୍ଠା ଦିବସରେ ଖୋଜା ନଯିବା ଏକ ନୀଚ ରାଜନୀତି ଓ ନିନ୍ଦା ର କାରଣ ଅଟେ । ଉପସ୍ଥିତ ନେତୃବୃନ୍ଦ ମାନେ ନିଜ ନିଜର ଅଭିଭାଷଣ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ସରକାରର ଲୋକାଭିମୁଖୀ ଯୋଜନା ଗୁଡିକର ପ୍ରଚାର ପ୍ରସାର କରିଥିଲେ ।

ବିଜେଡ଼ି ଦଳକୁ ଆଗାମୀ ନିର୍ବାଚନରେ ଜିତେଇବା ଉଦ୍ଦେଶ୍ୟରେ ବିଧାୟକଙ୍କ ନିର୍ଦ୍ଦେଶନାରେ କର୍ମୀ ମାନଙ୍କ ମଧ୍ୟରେ ଶପଥ ପାଠ କରାଯାଇଥିଲା। ସଭମଞ୍ଚରେ ସଭାକାର୍ଯ୍ୟ ଚାଲିଥିବା ବେଳେ କୌଣସି କାରଣ ବଶତଃ ପଛପଟେ ଥିବା କଲ୍ୟାଣୀ ମଣ୍ଡପ ନିକଟରେ କୌଣସି ଏକ ବ୍ୟକ୍ତି କୁ କିଛି ବ୍ୟକ୍ତି ବିଶେଷ ମାରଧର କରିବା ଦ୍ୱାରା ଗଭୀର ଆଘାତ ହେତୁ ଉକ୍ତ ବ୍ୟକ୍ତିକୁ ସ୍ଥାନୀୟ ରଣପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ଉକ୍ତ ନେତା ମାନଙ୍କ ଯୋଗଦାନ ରେ ବଡ ଧୁମ୍ ଧାମରେ ପାଳିତ ହୋଇଯାଇଥିବା ବେଳେ ଅନ୍ୟ ପଟେ ବିଧାୟକଙ୍କୁ ବଦନାମ କରିବାକୁ ସେଠାରେ ଦଳୀୟ କର୍ମୀ ଙ୍କ ଷଡଯନ୍ତ୍ର ବୋଲି ଶୁଣିବାକୁ ମିଳୁଛି ।

ଯାହାକୁ ନେଇ ଦଳୀୟ କର୍ମୀ କର୍ମୀ ମଧ୍ୟରେ ମାରପିଟ୍ ଏକ ହୀନ ରାଜନୀତି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଦଳରେ ରହି ଦଳ ର ଗୋଚ୍ଛି କାଟିବା ରାଜନୀତି ର ଚର୍ଚ୍ଚା ବହୁ ପୂର୍ବରୁ ହୋଇଆସିଥିଲେ ହେଁ ଆପଣା ସୁନା ତ ଭେଣ୍ଡି ବିଧାୟକ ବା କରିବେ କଣ ? ଦେଖାଯାଉ ଦଳରେ ଆଉ କେତେଦିନ ପର୍ଯ୍ୟନ୍ତ ଏପରି ରକ୍ତପାତ ହେଉଛି ଦେଖିବାକୁ ବାକି ରହିଲା । ବିଜେଡି ଜୟନ୍ତୀ ଦିବସରେ ଏହା ଏକ ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି ।

Exit mobile version