ବୋଲଗଡ଼ ମହୋତ୍ସବ 2023 ଉଦଘାଟିତ : ସମ୍ବଲପୁରୀ ନୃତ୍ୟ ଓ ବିହୁ ନୃତ୍ୟ ଦର୍ଶକଙ୍କୁ ଝୁମେଇଲା

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୋଲଗଡ଼ :-> ଜାନକୀ ବଲ୍ଳଭ ପାଢ଼ୀ ମେମୋରିଆଲ ଟ୍ରଷ୍ଟ ଓ଼ ବୋଲଗଡ଼ ମହୋତ୍ସବ ପରିଚାଳନା କମିଟି ମିଳିତ ଆନୁକୂଲ୍ୟରେ ୨୦ତମ ବୋଲଗଡ଼ ମହୋତ୍ସବ ମଙ୍ଗଳବାର ଦିନ ସରକାରୀ ବାମନ ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଅଛି ! ଏହି ମହୋତ୍ସବରେ ସମାଜସେବୀ ଶ୍ରୀଯୁକ୍ତ କୃଷ୍ଣ ମୋହନ ପାଲଟାସିଂହଙ୍କ ସଭାପତିତ୍ୱରେ ମୁଖ୍ୟଅ ତିଥିଭାବେ ବୋଲଗଡ ବ୍ଳକ୍ ବିଡ଼ିଓ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ,

ମୁଖ୍ୟବକ୍ତା ଭାବେ ବ୍ଲକ ଅଧକ୍ଷା ଶ୍ରୀମତୀ ହୁଲାସ ପ୍ରଧାନ ଓ଼ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ତଥା ପଞ୍ଚାଗଡ଼ ରତ୍ନ କାଳି ଚରଣ ଜୟସିଂହ, ବଡ଼କୁମାରୀ ପଞ୍ଚାୟତର ସରପଞ୍ଚ ତଥା ଖୋର୍ଦ୍ଧାଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ରବୀନ୍ଦ୍ର କୁମାର ପରିଡା, ଲଲାଟେନ୍ଦୁ କେଶରୀ ସିଂହ,ସ୍ପୋର୍ଟ ଅଧକ୍ଷ ଲଷ୍ମୀଧର ଚୌଧୁରୀ ଓ଼ ଭଞ୍ଜକିଶୋର ଯତି ପ୍ରମୁଖ ଯୋଗଦେଇଥିଲେ ! ସମସ୍ତ ନିମନ୍ତ୍ରିତ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୃତ୍ତୀ ରେ ଫୁଲ, ଚନ୍ଦନ ଦେଇ ଓ଼ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ !

ବଇଁଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ସଭାପତି କୃଷ୍ଣ ଚନ୍ଦ୍ର ପାଲଟାସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ରବୀନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରି ବୋଲଗଡ଼ର କଳା,ସଂସ୍କୃତି, ସାହିତ୍ୟ ଓ଼ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ! ମହୋତ୍ସବ ସମ୍ପାଦକ ବୀରଦାସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ! ବିଭିନ୍ନ କଳାକାରମାନଙ୍କ ଦ୍ୱାରା ଓ଼ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା !

ପ୍ରାୟ ଦୁଇ ହଜାରରୁ ଅଧିକ ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ! ସମ୍ବଲପୁର ନୃତ୍ୟ ଓ ଵିହୁ ନୃତ୍ୟ ଦର୍ଶକମାନଙ୍କ ମନମୋହିଲା । କୃତି ପ୍ରତିଯୋଗୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଉତ୍ତରୀୟ,, ଫୁଲତୋଡ଼ା ଓ଼ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ! ପରିଶେଷରେ ପ୍ରଫୁଲ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ବିଭିନ୍ନ ପ୍ରକାର ଦୋକାନ ବଜାର ଜନ ସାଧାରଣଙ୍କୁ ମହୋତ୍ସବ ପରିଭ୍ରମଣ ପାଇଁ ଆକୃଷ୍ଟ କରିଥିଲା।

Exit mobile version