ବିଜେଡ଼ିର ୨୭ ତମ ପ୍ରତିଷ୍ଠା ଦିବସ ପାଇଁ ସାଇକେଲ ରାଲି ଓ ସଭା ଅନୁଷ୍ଠିତ

୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ  :-> ଓଡିଶାକୁ ଏକ ସମୃଦ୍ଧ ଶସକ୍ତ ଓଡିଶାରେ ପରିଗଣିତ କରିବା ପାଇଁ ବିଜେଡି ମଙ୍ଗଳବାର ଦିନ ତାର ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ସାଧାରଣ ସଭା, ରକ୍ତଦାନ ଶିବୀର,ଗଣଦୌଡ଼ ,ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବପ୍ର କାଶ ଦାସଙ୍କ ନେତୃତ୍ୱରେ ଏକ ବିରାଟ ସାଇକେଲ ରାଲି , କଟକର ଆନନ୍ଦ ଭବନରରୁ ବାହାରି, ଡିଅର ପାର୍କ, ଯୋବ୍ରା, ଓଏମ୍ପିଛକ,

ମଧୁପାଟଣା, ଗୋପାଳପୁର, ତେଲଙ୍ଗାପେଣ୍ଠ, ଫୁଲନଖରା, ପାହାଳ, ହଂସପାଳ, ପଳାସୁଣୀ ଦେଇ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ପହଞ୍ଚି ଥିଲା । ଏହି ସାଇକେଲ ରାଲିରେ, କୃଷି ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ,କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଦେବିରଞନ ତ୍ରିପାଠୀ ଙ୍କ ସମେତ ଦଳର ବରିଷ୍ଠ ନେତା, କର୍ମୀ ସାଇକେଲ ରାଲିରେ ଅଂଶ ଗ୍ରହଣ କରି ଶଙ୍ଖ ଭବନ ପର୍ଯ୍ୟନ୍ତ ଯାଇଥିଲେ ।

ସେହିପରି କଟକ ଚାଉଳିଆଗଞ ଖେଳ ପଡିଆ ଠାରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଟକ ସାଂସଦ ଭତୃହରି ମହତାବ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାଷ ସିଂ, ମୁନା ଖାଁ, ପ୍ରମୁଖ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଆୟୋଜିତ ସାଧାରଣ ସଭାରେ ବିଜେଡ଼ିର ଯୁବ, ଛାତ୍ର, ମହିଳା ଓ ସାଧାରଣ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Exit mobile version